କେରଳରେ କରୋନା ଯୋଦ୍ଧା ଡାକ୍ତରଙ୍କ ଉପରେ ଆକ୍ରମଣ: କାର୍‌ ଭିତରକୁ ମୁଣ୍ଡ ଗଳାଇ କରୋନା ସନ୍ଦିଗ୍ଧ କାଶିଲେ

କାର୍‌ ଭିତରକୁ ମୁଣ୍ଡ ଗଳାଇ କରୋନା ସନ୍ଦିଗ୍ଧ କାଶିଲେ

କେରଳରେ କରୋନା ଯୋଦ୍ଧା ଡାକ୍ତରଙ୍କ ଉପରେ ଆକ୍ରମଣ: କାର୍‌ ଭିତରକୁ ମୁଣ୍ଡ ଗଳାଇ କରୋନା ସନ୍ଦିଗ୍ଧ କାଶିଲେ

NDTV.com

ଥିରୁଅନନ୍ତପୁରମ୍‌: ଥିରୁଅନନ୍ତପୁରମ ନିକଟସ୍ଥ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ତ୍ତବ୍ୟରତ ଡାକ୍ତରୀ ଦଳ ଉପରେ କିଛି ବିଶୃଙ୍ଖଳିତ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଜଣେ ଯୁବ ଡାକ୍ତର ଏବଂ ତାଙ୍କ ସହଯୋଗୀମାନେ ଏକ କ୍ବାରାଣ୍ଟିନ ସେଣ୍ଟରରୁ ସ୍ବାବ୍‌ ସଂଗ୍ରହ କରିବାକୁ ଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ବ ଲୋକ ସେଠାକୁ ଚାଲିଆସି ଗଣ୍ଡଗୋଳ କରିଥିଲେ। କ୍ବାରାଣ୍ଟିନ ସେଣ୍ଟରରେ ରଖାଯିବାକୁ ବିରୋଧ କରି ସେମାନେ ଆନ୍ଦୋଳନ ଆରମ୍ଭ କରିଥିବା ଏହି ଡାକ୍ତରୀ ଦଳଙ୍କୁ ଜଣା ନଥିଲା। ପନ୍ଦର ଦିନ ତଳେ ନିଯୁକ୍ତି ପାଇଥିବା ଜଣେ ଯୁବ ଡାକ୍ତର ଏବଂ ଟେକ୍‌ନିସିଆନମାନେ ସେତେବେଳେ କାର୍‌ ଭିତରେ ଥିଲେ। ଆନ୍ଦୋଳନକାରୀମାନେ ସେଠାରେ ପହଞ୍ଚି କାର୍‌ ଉପରେ ଆକ୍ରମଣ କରିଥିଲେ। କାର୍‌ ଡୋର୍‌ ଖୋଲିବାକୁ ଡ୍ରାଇଭରକୁ ଧମକ ଦେଇଥିଲେ।

ତେବେ ଡ୍ରାଇଭର କାର୍‌ କାଚ ଖୋଲିବା ମାତ୍ରେ କେତେକ ବ୍ୟକ୍ତି କାର କାଚ ଦେଇ ଭିତରକୁ ମୁଣ୍ଡ ପୂରାଇ କାଶିଥିଲେ। ଯେଉଁ ସ୍ଥାନରେ ଆନ୍ଦୋଳନକାରୀମାନେ ଏଭଳି କାଣ୍ଡ ଘଟାଇଥିଲେ, ସେଠାରେ କରୋନା ସଂକ୍ରମଣ ଉତ୍କଟ ଥିଲା। ତେବେ ଆନ୍ଦୋଳନକାରୀଙ୍କ ଏଭଳି ବ୍ୟବହାର ଡାକ୍ତରମାନଙ୍କୁ ଅଡୁଆରେ ପକାଇଛି। କାର୍‌ ମଧ୍ୟରେ ସେମାନେ କାଶି ଥିବାରୁ ଡାକ୍ତର ଏବଂ ଟେକ୍‌ନିସିଆନଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯିବ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ଘଟଣାର ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେହିଭଳି କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ଡାକ୍ତରମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe