ଗୁରୁଦ୍ବାରା ନନ୍‌କାନା ସାହେବ ଆକ୍ରମଣ ଘଟଣା: ଆନ୍ଦୋଳନକୁ ଓହ୍ଲାଇଲା ଶିଖ୍‌ ସମୁଦାୟ

Advertisment

ଏସ୍‌ଜିପିସିର ୪ ଜଣିଆ ପ୍ରତିନିଧ ଦଳ ପାକିସ୍ତାନ ଯିବେ

ଏସ୍‌ଜିପିସିର ୪ ଜଣିଆ ପ୍ରତିନିଧ ଦଳ ପାକିସ୍ତାନ ଯିବେ

ଗୁରୁଦ୍ବାରା ନନ୍‌କାନା ସାହେବ ଆକ୍ରମଣ ଘଟଣା: ଆନ୍ଦୋଳନକୁ ଓହ୍ଲାଇଲା ଶିଖ୍‌ ସମୁଦାୟ

Pakistan Today

ନୂଆଦିଲ୍ଲୀ: ପାକିସ୍ତାନରେ ଗୁରୁ ନାନକଙ୍କ ଜନ୍ମସ୍ଥାନ ନନ୍‌କାନା ସାହେବ ଗୁରୁଦ୍ବାରାରେ ଗତକାଲି ହୋଇଥିବା ଆକ୍ରମଣକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁରୁଦ୍ବାରାରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଶିଖ୍‌ ସମୁଦାୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ମାମଲାରେ ଶିଖ୍‌ ଗୁରୁଦ୍ବାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ୪ ଜଣିଆ ପ୍ରତିନିଧି ଦଳକୁ ପାକିସ୍ତାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଗୁରୁଦ୍ବାରା ନନ୍‌କାନା ସାହେବରେ ଗତକାଲି ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ଆଜି ପାକିସ୍ତାନ ହାଇ କମିସନ୍‌ ସମ୍ମୁଖରେ ଡିଏସ୍‌ଜିଏମ୍‌ସି ( ଦିଲ୍ଲୀ ଶିଖ୍‌ ଗୁରୁଦ୍ବାରା ମ୍ୟାନେଜମେଣ୍ଟ୍‌ କମିଟି) ଏବଂ ଶିରୋମଣି ଅକାଳୀ ଦଳ ପକ୍ଷରୁ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏସ୍‌ଜିଏମ୍‌ସି ଏବଂ ଅକାଳୀ ଦଳ ସଦସ୍ୟମାନେ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ପାକ୍‌ ହାଇକମିସ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆନ୍ଦୋଳନକାରୀମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଶିଖ୍‌ ସମୁଦାୟ ସଦସ୍ୟଙ୍କ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଥିବା ବେଳେ ସେଠାରେ ଶିଖ୍‌ ସମୁଦାୟ ଉପରେ ଆକ୍ରମଣ ହେଉଛି ଏବଂ ଗୁରୁଦ୍ବାରା ବି ବାଦ୍‌ ପଡ଼ିନାହିଁ। ଗୁରୁଦ୍ବାରା ନନ୍‌କାନା ସାହେବ‌ରେ ହୋଇଥିବା ଆକ୍ରମଣକୁ ବିଜେପି କଡ଼ା ନିନ୍ଦା କରିବା ସହ କଂଗ୍ରେସ ନେତାମାନଙ୍କ ନରମ ଆଭିମୁଖ୍ୟକୁ ସମାଲୋଚନା କରିଛି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଇମ୍ରାନ୍‌ ଖାନ୍‌ଙ୍କ ସହାୟତା ଲୋଡ଼ିଛନ୍ତି। ଅନ୍ୟପକ୍ଷରେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ପାକିସ୍ତାନ ଦୂତାବାସ ନିକଟରେ ଏହି ଆକ୍ରମଣକୁ ବିରୋଧ କରି ଆନ୍ଦୋଳନ କରିଥିଲେ। କିନ୍ତୁ ପାକିସ୍ତାନ ନନ୍‌କାନା ସାହେବରେ ଆକ୍ରମଣ ଖବରକୁ ଖଣ୍ଡନ କରିବା ସହ ଏହା ପୂର୍ବଭଳି ସୁରକ୍ଷିତ ରହିଛି ବୋଲି କୁହାଯାଇଛି। ଅନ୍ୟପକ୍ଷେ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହେବାପାଇଁ ଏସ୍‌ଜିପିସିର ୪ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଖୁବ୍‌ଶୀଘ୍ର ପାକିସ୍ତାନର ଲାହୋର ଗସ୍ତ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe