ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

Advertisment

୧୪ ସ୍ଥାନରେ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

୧୪ ସ୍ଥାନରେ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

aajtak

ଢାକା: ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିରଗୁଡିକ ଉପରେ ଆକ୍ରମଣ ହୋଇଛି। ଶନିବାର ରାତିରେ କେତେକ ସ୍ଥାନରେ ମନ୍ଦିରଗୁଡିକ ଉପରେ ଆକ୍ରମଣ ହୋଇଥିବାବେଳେ ରବିବାର ସକାଳେ ଉତ୍ତରପଶ୍ଚିମ ବାଂଲାଦେଶରେ ୧୪ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରାଯାଇଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଏକ ଗଣମାଧ୍ୟମ ପ୍ରକାଶ କରିଛି।

ଠାକୁରଗାଓଁର ବାଲିଆଡାଙ୍ଗିରେ ଥିବା ଏକ ହିନ୍ଦୁ ସମ୍ପ୍ରଦାୟର ନେତା ବିଦ୍ୟାନାଥ ବର୍ମନଙ୍କ କହିବାନୁଯାୟୀ କେତେକ ଦୁର୍ବୃତ୍ତ ଏଭଳି କାଣ୍ଡ କରିଛନ୍ତି। ପ୍ରାୟ ୧୪ ମନ୍ଦିରରେ ମୂର୍ତ୍ତି ଭାଙ୍ଗିଛନ୍ତି। ସେହିପରି ବାଲିୟାଙ୍ଗୀ ପୂଜା ଉତ୍କଳ ପରିଷଦର ସାଧାରଣ ସମ୍ପାଦକ ବାରମାନ କହିଛନ୍ତି ଯେ, କିଛି ମୂର୍ତ୍ତି ଭାଙ୍ଗିଛି, ଆଉ କେତେକ ମନ୍ଦିର ପରିସରସ୍ଥ ପୋଖରୀ ମଧ୍ୟରେ ପଡ଼ିଛି। ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଠାକୁରଗାଓଁର ପୁଲିସ ମହାନିର୍ଦ୍ଦେଶକ ଜାହାଙ୍ଗୀର ହୁସେନ ଉପରୋକ୍ତ ଖବରକୁ ଆଧାର କରି କହିଛନ୍ତି ଯେ, ଦେଶର ଶାନ୍ତିଭଙ୍ଗ ପାଇଁ ଏହା ଏକ ଷଡଯନ୍ତ୍ର। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe