ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି : ଜୟଶଙ୍କର

Advertisment
ଆମ ଦୁର୍ଭାଗ୍ୟ ଯେ ପାକିସ୍ତାନ ଆମ ପଡ଼ୋଶୀ : ଜୟଶଙ୍କର

The Indian Express

ନୂଆଦିଲ୍ଲୀ: ବାଂଲାଦେଶର ଖରାପ ସ୍ଥିତି ସମ୍ପର୍କରେ ସଂସଦରେ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ମଙ୍ଗଳବାର (ଅଗଷ୍ଟ ୦୬) ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ୨୦୨୪ ଜାନୁଆରୀରେ ହୋଇଥିବା ନିର୍ବାଚନ ପରଠାରୁ ବାଂଲାଦେଶରେ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଜୁନ୍ ମାସରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାରୀ କୋଠା ଓ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି ବୋଲି ସେ କହିଛନ୍ତି। ଜୁଲାଇ ମାସସାରା ହିଂସା କାଣ୍ଡ ଲାଗି ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସଂଖ୍ୟାଲଘୁଙ୍କ ଦୋକାନ ଓ ମନ୍ଦିରରେ ଅନେକ ସ୍ଥାନରେ ଆକ୍ରମଣ ହେବା ଆମ ପାଇଁ ଚିନ୍ତାର ବିଷୟ ହୋଇଛି। ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନାହିଁ।

ସେ କହିଛନ୍ତି, “ବାଂଲାଦେଶ ଆମର ଅତି ନିକଟତର। ଜାନୁଆରୀ ମାସରୁ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି। ଜୁନ୍-ଜୁଲାଇ ମାସରେ ଏହି ହିଂସାକାଣ୍ଡ ଘଟିଥିଲା। ଆମେ ସେଠାକାର ରାଜନୈତିକ ଦଳମାନଙ୍କ ସହ ଯୋଗାଯୋଗରେ ଥିଲୁ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ବାଂଲାଦେଶର ସ୍ଥିତି ବଦଳିଗଲା ଏବଂ ପରିସ୍ଥିତି ଏପରି ବଦଳିଗଲା ଯେ ହସିନାଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ଅଗଷ୍ଟ ୪ ରେ ସ୍ଥିତି ସବୁଠାରୁ ଖରାପ ହୋଇଥିଲା। ସବୁଠାରୁ ବଡ଼ କଥା ହେଉଛି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚିନ୍ତାର ବିଷୟ। ଶେଖ୍ ହସିନା ଏବେ ଭାରତରେ ଅଛନ୍ତି। ଆମେ ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛୁ। ଅନେକ ଛାତ୍ରଛାତ୍ରୀ ଫେରିଛନ୍ତି। ଆମ ଦୂତାବାସ ସକ୍ରିୟ ରହିଛି। ଆମେ ଆଶା କରୁଛୁ ଯେ ସେଠାକାର ସରକାର ଆମ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଚିନ୍ତାର ବିଷୟ। ଆମେ ବାଂଲାଦେଶରେ ଯୋଗାଯୋଗରେ ରହିଛୁ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe