Photo courtesy: Hindustan Times
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ଆତ୍ମଘାତୀ ବୋମା ବିସ୍ଫୋରଣ ହେବାରୁ ୪୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଶତାଧିକ ଆହତ ହୋଇଥିବା ଅନୁମାନ କରାଯାଉଛି। ଆହତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କାବୁଲର ଇମାମ ଜମା ମସ୍ଜିଦ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଘଟଣା ପରେ ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, କାନ୍ଦାହାର ସେନା ଶିବିରରେ ଗୁରୁବାର ଆତ୍ମଘାତୀ ବୋମା ବିସ୍ପୋରଣ ହୋଇଥିଲା। ଏଥିରେ ୩୩ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ଜଣେ ଅଧିକାରୀଙ୍କ କହିବା ଅନୁସାରେ ତାଲିବାନର ୨ଜଣ ଲୋକ ଗାଡ଼ି ସହିତ ଶିବିରକୁ ପ୍ରବେଶ କରିଥିଲେ। ପରେ ଉଭୟ ଗାଡ଼ି ଉଡ଼ିଯାଇଥିଲା। ତାଲିବାନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି।
ନିକଟରେ ଆଫଗାନିସ୍ତାନରେ ପୁଲିସ କର୍ମୀ ଓ ଅନ୍ୟ ସେନା ଉପରକୁ ଲକ୍ଷ୍ୟ କରି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ୭୪ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେହି ଘଟଣାରେ ୧୭୦ଜଣ ଲୋକ ଆହତ ହୋଇଥିଲେ। ସେହି ସମୟରେ ୫ଜଣ ଆତଙ୍କୀ ନିହତ ହୋଇଥିଲେ।
Follow Us