ପାକିସ୍ତାନ ସେନା ପୋଷ୍ଟ ଉପରେ ଆକ୍ରମଣ: ୭ ପାକ୍‌ ସୈନିକଙ୍କ ସମେତ ୨୩ ମୃତ

Advertisment
ପାକିସ୍ତାନ ସେନା ପୋଷ୍ଟ ଉପରେ ଆକ୍ରମଣ: ୭ ପାକ୍‌ ସୈନିକଙ୍କ ସମେତ ୨୩ ମୃତ

ଇସଲାମାବାଦ: ସୋମବାର ଆଫ୍‌ଗାନିସ୍ତାନ ସୀମାରେ ତିନି ଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୭ ପାକିସ୍ତାନୀ ସୈନିକଙ୍କ ସମେତ ୨୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ବଡ଼ଧରଣ ଆକ୍ରମଣ ଆଫଗାନ୍‌ ସୀମାନ୍ତ ଖାଇବର ପୋଖ୍‌ତୁନ୍‌ଖ୍ବାର ଏକ ସେନା ଚେକ୍‌ପୋଷ୍ଟ୍‌ରେ ହୋଇଥିଲା। ସୋମବାର ଭୋର୍‌ରେ ଆତଙ୍କବାଦୀମାନେ ଚେକ୍‌ପୋଷ୍ଟ୍‌ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସୁରକ୍ଷା ପାଇଁ ସେନାବାହିନୀ ପାଲଟା ଗୁଳି ଚଳାଇଥିଲା। ଉଭୟଙ୍କ ମଧ୍ୟ ଗୁଳିବିନିମୟ ଦୀର୍ଘ ସମୟ ଧରି ଚାଲିଥିଲା। ପାକିସ୍ତାନୀ ସେନାବାହିନୀ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତି ଅନୁସାରେ ଏଥିରେ ୫ ପାକିସ୍ତାନୀ ସୈନିକ ଓ ୭ ତାଲିବାନୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ମୃତ ଆତଙ୍କବାଦୀମାନେ ପୂର୍ବରୁ ପାକିସ୍ତାନର ବିଭିନ୍ନ ସ୍ଥାନରେ ସଂଘଟିତ ଆକ୍ରମଣରେ ସକ୍ରିୟ ଭାବେ ଜଡ଼ିତ ଥିଲେ। ସେହିଭଳି ପେଶାୱାର୍‌ ସୀମାନ୍ତରେ ସଂଘଟିତ ଅନ୍ୟ ଏକ ଆକ୍ରମଣରେ ୨ସୈନିକ ଓ ୬ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ତୃତୀୟ ଆକ୍ରମଣ, ଟାଙ୍କ୍‌ ଜିଲ୍ଲାରେ ହୋଇଛି। ଏଥିରେ କୌଣସି ସେନା କର୍ମୀଙ୍କ ମୃତ୍ୟୁ ଘଟିନଥିବା ବେଳେ ୧୦ଜଣ ଆତଙ୍କବାଦୀଙ୍କ ମୃ୍ତ୍ୟୁ ଘଟିଛି ବୋଲି ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଟାଙ୍କ୍‌ ଓ ପେଶାୱାର୍‌ ସୀମାନ୍ତରେ ହୋଇଥିବା ଆକ୍ରମଣ ପଛରେ କାହାରି ସମ୍ପୃକ୍ତି ଅଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ଖାଇବର ତନଖିନାକା ଉପରେ ହୋଇଥିବା ଆକ୍ରମଣ ପାଇଁ ତେହରିକ୍ ଏ ତାଲିବାନ୍ ପାକିସ୍ତାନ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe