ଘରଭଡ଼ା ନଦେବାରୁ ପୁଲିସର ମାଡ଼

ଚେନ୍ନାଇ ଚିତ୍ରଶିଳ୍ପୀ ଦେହରେ ନିଆଁ ଲଗାଇଦେଲେ

‘ଦାଦାବଟିକୁ ନା’ର ପ୍ରଭାବ: ୧୭ ବର୍ଷ ପରେ ଏତଲା ଦେଲେ

Times of India

ଚେନ୍ନାଇ: କରୋନା ଲକ୍‌ଡାଉନ ‌ଯୋଗୁଁ ଚେନ୍ନାଇରେ ଚାକିରି ହରାଇଥିବା ଜଣେ ଚିତ୍ରଶିଳ୍ପୀ ଶ୍ରୀନିବାସନ୍‌ ଶେଷ‌ରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବ‌ାକୁ ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଶ୍ରୀନିବାସନ ରହୁଥିବା ଭଡ଼ା ଘର ମାଲିକଙ୍କୁ ୪ ମାସର ଭଡ଼ା ଦେଇ ପାରି ନଥିଲେ। ଘର ମାଲିକ ରାଜେନ୍ଦ୍ରନ୍ ଏ ନେଇ ସ୍ଥାନୀୟ ପୁଜ୍‌ହଲ ଥାନାରେ ଏତଲା ଦେବା ପରେ ଥାନାଧିକାରୀ ସାମ୍‌ ବେନ୍‌ସନ ସମ୍ପୃକ୍ତ ଭଡ଼ା ଘରକୁ ଆସି ଚିତ୍ରଶିଳ୍ପୀ ଶ୍ରୀନିବାସନ୍‌ଙ୍କୁ ଲାଠିରେ ପ୍ରବଳ ପ୍ରହାର କରିଥିଲେ। ପୁଲିସଠାରୁ ମାଡ଼ ଖାଇବା ପରେ ଶ୍ରୀନିବାସନ୍‌ ନିଜକୁ ଜାଳିଦେବାକୁ ଉଦ୍ୟମ କରିଥିଲେ।

ଗୁରୁତର ଅବସ୍ଥାରେ ଶ୍ରୀନିବାସନ୍‌ଙ୍କୁ କିଲପୌକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶ୍ରୀନିବାସନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥାନାଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ ବର୍ବରତାରକୁ ବରୋଧ କରି ଅନେକ ସଂଗଠନ ସରକାରଙ୍କୁ ପତ୍ର ଲେଖିଛନ୍ତି। ସାଧାରଣ ଲୋକଙ୍କୁ ନ୍ୟାୟ ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ମାନବାଧିକାର ସଂଗଠନ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe