ସୁଇସ୍‌ ଦମ୍ପତିଙ୍କୁ ଆକ୍ରମଣ: ଉତ୍ତର ପ୍ରଦେଶ ସରକାରଙ୍କୁ ରିପୋର୍ଟ ମାଗିଲେ ସୁଷମା ସ୍ୱରାଜ

Advertisment
ସୁଇସ୍‌ ଦମ୍ପତିଙ୍କୁ ଆକ୍ରମଣ: ଉତ୍ତର ପ୍ରଦେଶ ସରକାରଙ୍କୁ ରିପୋର୍ଟ ମାଗିଲେ ସୁଷମା ସ୍ୱରାଜ

Photo Courtesy of HT

ନୂଆଦିଲ୍ଲୀ: ଫତେପୁରୁ ସିକ୍ରିଠାରେ ହଳେ ସୁଇସ୍‌ ଦମ୍ପତିଙ୍କ ଉପରେ କରାଯାଇଥିବା ଅମାନୁଷିକ ଅତ୍ୟାଚାର ସଂକ୍ରାନ୍ତରେ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଉତ୍ତର ପ୍ରଦେଶର ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ସେ ଦମ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ସ୍ୱରାଜ।

ମୁଁ ଏଇମାତ୍ର ଏ କଥା ଜାଣିଲି। ରାଜ୍ୟ ସରକାରଙ୍କୁ ମୁଁ ରିପୋର୍ଟ ମାଗିଛି। ମୋ ଅଫିସର୍‌ମାନେ ସେମାନଙ୍କୁ ଡାକ୍ତରଖାନରେ ଭେଟିବେ ବୋଲି ସ୍ୱରାଜ ଟୁଇଟ୍‌ କରିଛନ୍ତି।
ରବିବାର ଦିନ ୨୪ ବର୍ଷିୟ କ୍ୱେଣ୍ଟିନ୍‌ ଜର୍ମି କ୍ଲେର୍ସ ଏବଂ ତାଙ୍କ ପ୍ରେମିକା ମେରି ଡ୍ରୋଜ୍‌ଙ୍କୁ ପିଛା କରାଯାଇ ବାଡ଼ି ଓ ପଥରରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ଏଡ଼େ ଅମାନୁଷିକ ଥିଲା ଯେ, କ୍ଲେର୍ସଙ୍କର ଖପୁରି ଚଡ଼କି ଯାଇଥିଲା ଏବଂ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ସହ ସେ ଆଂଶିକ ବଧିର ହୋଇ ଯାଇଛନ୍ତି। ଡ୍ରୋଜ୍‌ ଖଣ୍ଡିଆ ଖାବରା ହେବା ସହ ତାଙ୍କ ବାମ ହାତ ଭାଙ୍ଗି ଯାଇଛି।

ଏବେ ସେମାନେ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଦେଖଣାହାରିମାନେ ସେମାନଙ୍କୁ ସାହାଯ୍ୟ କରିବା ଛାଡ଼ି କେମିତି ମୋବାଇଲ୍‌ ଯୋଗେ ସେମାନଙ୍କ ଫଟୋ ଉତ୍ତୋଳନ କରୁଥିଲେ ତାହା ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀ ଆସିଥିବା ସେ ଦମ୍ପତି ବର୍ଣ୍ଣନା କରୁଛନ୍ତି।

ସେମାନେ ପରସ୍ପରକୁ ଚୁମ୍ବନ ଦେଉଥିବା ଘଟଣା ଜନତାଙ୍କୁ ଉତ୍ତେଜିତ କରିଥିଲା ବୋଲି ଜଣେ ସ୍ଥାନୀୟ ପୁଲିସ ଅଧିକାରୀ କହୁଥିବା କଥାକୁ ଡ୍ରୋଜ୍‌ ଗୁଜବ ବୋଲି କହି ଖଣ୍ଡନ କରିଛନ୍ତି।

ସେ ବିଦେଶୀ ଦମ୍ପତି ପୁଲିସରେ ଅଭିଯୋଗ କରିବାକୁ ଆଗ୍ରହୀ ନ ଥିଲେ ବୋଲି ଆଗ୍ରା ଜିଲ୍ଲା ଆଚେନେରାର ସର୍କଲ୍‌ ଅଫିସର୍‌ କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe