କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କ ଗାଡ଼ିକୁ ଆକ୍ରମଣ

Advertisment
କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କ ଗାଡ଼ିକୁ ଆକ୍ରମଣ

opindia.com

କୋଲକାତା : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କ କନଭୟ ଉପରେ କୁଚବିହାରର ସୀତାଇରେ ଗୁରୁବାର ଆକ୍ରମଣ ହୋଇଥିବା ବିଜେପି ଅଭିଯୋଗ କରିଛି। ପଶ୍ଚିମବଙ୍ଗ ପୁଲିସ କହିଛି ଯେ ମନ୍ତ୍ରୀ ଯାଉଥିବା ବେଳେ ନିର୍ଦ୍ଦିଷ୍ଟ ଏକ ଦଳ ତାଙ୍କୁ କଳା ପତାକା ପ୍ରଦର୍ଶନ କରିବା ପରେ ଗଣ୍ଡଗୋଳ ହୋଇଥିଲା। ରାଜ୍ୟରେ ଆଇନ ଶୃଙ୍ଖ ସ୍ଥିତିକୁ ନେଇ ବିଜେପି ଉଦ୍‌ବେଗ ପ୍ରକାଶ ପ୍ରକାଶକରିଛି। ଏଭଳି ବିପଜ୍ଜନକ ସ୍ଥିତିରେ ଜନସାଧାରଣ କିଭଳି ସୁରକ୍ଷିତ ରହିବେ ବୋଲି ମନ୍ତ୍ରୀ ପ୍ରାମାଣିକ ପ୍ରଶ୍ନ କରିଛନ୍ତି। ଶାସକ ଦଳର ଗୁଣ୍ଡାମାନେ ପୁଲିସ ସହାୟତାରେ ହିଁ ଏଭଳି ଆକ୍ରମଣ କରିବାକୁ ସମର୍ଥ ହେଉଛନ୍ତି ବୋଲି ସେ କହିଛନ୍ତି।

ବ୍ରହ୍ମୋତ୍ତର-ଚାତ୍ରା ଅଞ୍ଚଳରେ ବିଜେପିର ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ସୀତାଇ ଅଞ୍ଚଳ ପରିଦର୍ଶନ କରିଥିଲେ। ଶୋଭାଯାତ୍ରା ଯାଉଥିବାବେଳେ ଟିଏମ୍‌ସି କର୍ମୀମାନେ ମନ୍ତ୍ରୀଙ୍କ ଗାଡ଼ି ଉପରେ ଟେକାପଥର ମାଡ଼ କରିବା ସହ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି। ତେବେ ଟିଏମ୍‌ସି ଏହି ଅଭିଯୋଗକୁ ଅସ୍ୱୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe