ବାଂଲାଦେଶ ସହାୟତାରେ ଆକ୍ରମଣ ଷଡ଼୍‌ଯନ୍ତ୍ର: ପାକ୍ ଆତଙ୍କୀଙ୍କ ଟାର୍ଗେଟ୍‌ରେ ଦିଲ୍ଲୀ, ପଞ୍ଜାବ

Advertisment

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ବାଂଲାଦେଶୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ଓ ପଞ୍ଜାବ ରହିଛି।   ନୂଆ ବର୍ଷରେ ଆତଙ୍କବାଦୀ ଆକ୍ରମଣ ନେଇ ଭାରତର ଗୁଇନ୍ଦା ସଂସ୍ଥା ସତର୍କସୂଚନା ଜାରି କରିବା ପରେ ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ବାଂଲାଦେଶୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ଓ ପଞ୍ଜାବ ରହିଛି।   ନୂଆ ବର୍ଷରେ ଆତଙ୍କବାଦୀ ଆକ୍ରମଣ ନେଇ ଭାରତର ଗୁଇନ୍ଦା ସଂସ୍ଥା ସତର୍କସୂଚନା ଜାରି କରିବା ପରେ ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ପାକ୍‌ ପ୍ରାୟୋଜିତ ଆତଙ୍କବାଦ ଶିଳ୍ପକୁ ପଙ୍ଗୁ କରିବ ଭାରତ; ଟାର୍ଗେଟ୍‌ରେ ଲସ୍କର, ଅଲ୍‌କାଏଦା, ଆଇଏସ୍‌, ଜୈଶ୍‌

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ବାଂଲାଦେଶୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ଓ ପଞ୍ଜାବ ରହିଛି।   ନୂଆ ବର୍ଷରେ ଆତଙ୍କବାଦୀ ଆକ୍ରମଣ ନେଇ ଭାରତର ଗୁଇନ୍ଦା ସଂସ୍ଥା ସତର୍କସୂଚନା ଜାରି କରିବା ପରେ ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବାରୁ ଉଭୟ ରାଜ୍ୟର ସୁରକ୍ଷା ସ୍ଥିତି ସମୀକ୍ଷା କରାଯାଉଛି। ୨୦୨୫ରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଭାରତରେ ସିରିଏଲ ବୋମା ବିସ୍ଫୋରଣ ପାଇଁ ଷଡ୍‌ଯନ୍ତ୍ର କରୁଥିବା ସୂଚନା ସାମ୍ନାକୁ ଆସିଥିବାରୁ ଏଜେନ୍ସିଗୁଡ଼ିକ ହାଇଆଲର୍ଟରେ ଅଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡିକ ବାଂଲାଦେଶ ସହାୟତାରେ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ବାଂଲାଦେଶ ଏବଂ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀମାନେ ଭାରତର ପ୍ରମୁଖ ସହର, ବିଶେଷକରି ଦିଲ୍ଲୀ, ପଞ୍ଜାବ ଏବଂ ମେଟ୍ରୋ ସହରର ବ୍ୟସ୍ତବହୁଳ ଅଞ୍ଚଳକୁ ଟାର୍ଗେଟ କରିବାକୁ ଚାହୁଛନ୍ତି ବୋଲି ଗୁଇନ୍ଦା ବିଭାଗ କହିଛି। ବାଂଲାଦେଶର ଆତଙ୍କବାଦୀ ସଂଗଠନ ପାକିସ୍ତାନ ଅଧିକୃତ କଶ୍ମୀରର ଆତଙ୍କବାଦୀ ସଂଗଠନ ସହ ମିଶି ମିଳିତ ଭାବେ ଆକ୍ରମଣ କରିପାରନ୍ତି ବୋଲି ମଧ୍ୟ ସଙ୍କେତ ମିଳିଛି।  ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପରେ ଦେଶର ସମସ୍ତ ଗୁଇନ୍ଦା ଏଜେନ୍ସିକୁ ସତର୍କ କରାଯାଇଛି ଏବଂ ଦିଲ୍ଲୀ ଏବଂ ପଞ୍ଜାବରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe