ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ଉପ‌ରେ ଆକ୍ରମଣ ହେବାର ସୂଚନା ପାଇଥିଲା ପୁଲିସ

ଧାର୍ମିକ ଦଣ୍ଡାଦେଶ ଭାବେ ମନ୍ଦିର ପ୍ରବେଶ ଦ୍ୱାରରେ ରାକ୍ଷୀ ଭାବରେ ସୁଖବୀର ବାଦଲ କାର୍ଯ୍ୟ କରୁଥିଲେ। ତେବେ ସୁଖବୀରଙ୍କ ଉପରେ ଆକ୍ରମଣ ହେବାର ଯୋଜନା ରହିଛି ବୋଲି ପୁଲିସ ପୂର୍ବରୁ ସୂଚନା ପାଇ ସାରିଥିଲା।

ଦ୪୨୩୪


ଅମୃତସର: ଗତବୁଧବାର ଅମୃତସରର ସ୍ବର୍ଣ୍ଣ ମନ୍ଦିର ପ୍ରବେଶ ପଥରେ ଶିରୋମଣି ଅକାଲୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ରେ ସୁଖବୀର ବାଦଲଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

ପୁଲିସ ସଙ୍ଗେସଙ୍ଗେ ଏହି ଘଟଣାରେ ସମ୍ପୃକ୍ତ ଥିବା ଆକ୍ରମଣକୁ ଗିରଫ କରି ନେଇଥିଲା। ଆକ୍ରମଣକାରୀର ପରିଚୟ ନାରାୟଣ ସିଂ ଚୌରା ବୋଲି ଜଣାପଡ଼ିଛି। ଯିଏକି ଜଫରବାଲ ଗ୍ରୁପର ଆତଙ୍କବାଦୀ ସଙ୍ଗଠନ ସହିତ ଜଡ଼ିତ ଥିବା କୁହାଯାଉଛି। ଏହି ଘଟଣା ପୂର୍ବରୁ ନାରାୟଣ ସିଂ ଚୌରାକୁ ପୁଲିସ ଦୁଇଥର ଗିରଫ କରି ଦାରିଛି।   

ଧାର୍ମିକ ଦଣ୍ଡାଦେଶ ଭାବେ ମନ୍ଦିର ପ୍ରବେଶ ଦ୍ୱାରରେ ରାକ୍ଷୀ ଭାବରେ ସୁଖବୀର ବାଦଲ କାର୍ଯ୍ୟ କରୁଥିଲେ। ତେବେ ସୁଖବୀରଙ୍କ ଉପରେ ଆକ୍ରମଣ ହେବାର ଯୋଜନା ରହିଛି ବୋଲି ପୁଲିସ ପୂର୍ବରୁ ସୂଚନା ପାଇ ସାରିଥିଲା। ‌ତେଣୁ ସୁକବୀର କାମ କରୁଥିବା ବେଳେ ତାଙ୍କ ପାଖେପାଖେ ସାଧା ପୋଷାକରେ ପୁଲିସ ଯାଞ୍ଚ ଅପ‌ରେସନ ଜାରି ରଖିଥିଲା। ଏହି କାରଣରୁ ସୁଖବୀରଙ୍କ ଉପରେ ଆକ୍ରମଣ କରିବା ସଙ୍ଗେସଙ୍ଗେ ପୁଲିସ ନାରାୟଣ ସିଂ ଚୌରାକୁ ଗିରଫ କରି ନେଇଥିଲା। 

ନିଜ କାର୍ଯ୍ୟକାଳ ସମୟରେ ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିସହିତ ସୁଖବୀର ବାଦଲ ଡେରା ସଚ୍ଚା ସୌଦାର ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାର ଅଭିଯୋଗ ମଧ୍ୟ ରହିଛି। 

ଏହିସବୁ ଅଭିଯୋଗକୁ କେନ୍ଦ୍ରକରି ସିଖ୍‌ ସମ୍ପ୍ରଦାୟର ସବୁଠାରୁ ବଡ଼ ସଂସ୍ଥା ‘ଅକାଳ ତଖତ’ ‘ଧର୍ମୀୟ ଦଣ୍ଡ’ ଶୁଣାଇଥିଲେ ।  ‘ଅକାଳ ତଖତ’ର ଜଥେଦାର ଜ୍ଞାନୀ ରଘୁବୀର ସିଂହ ସଜା ଶୁଣାଇବା ସହ ବାଦଲଙ୍କୁ ସ୍ବର୍ଣ୍ଣ ମନ୍ଦିରରେ ଅଇଁଠା ବାସନ ଓ ଶୌଚାଳୟ ସଫେଇ କରିବାର ନିର୍ଦ୍ଦେଶ ଦେଇଥିଲେ। 

କେବଳ ଏତିକି ନୁହେଁ ପଞ୍ଚ ସିଂହ ସାହିବଙ୍କ ଘର ବାହାରେ ସକାଳେ ଘଣ୍ଟାଏ ସେବାଦାରୀ ଭାବେ କାମ କରିବାକୁ ସୁଖବୀରଙ୍କୁ ନିର୍ଦ୍ଦେଶ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe