ପୂର୍ବ ୟୁକ୍ରେନ୍‌ରେ ଆକ୍ରମଣ ‌ଜୋରଦାର: ରାତିକରେ ୧୨୬୦ ଟା‌ର୍ଗେଟ୍‌ ଧ୍ବଂସ, ୬୦ ସାମରିକ ପ୍ରତିଷ୍ଠାନ ଛାରଖାର

Advertisment

ଅପରେସନ୍‌ର ନୂଆ ପର୍ଯ୍ୟାୟ ଆରମ୍ଭ : ରୁଷ୍‌

ଅପରେସନ୍‌ର ନୂଆ ପର୍ଯ୍ୟାୟ ଆରମ୍ଭ : ରୁଷ୍‌

ପୂର୍ବ ୟୁକ୍ରେନ୍‌ରେ ଆକ୍ରମଣ ‌ଜୋରଦାର: ରାତିକରେ ୧୨୬୦ ଟା‌ର୍ଗେଟ୍‌ ଧ୍ବଂସ, ୬୦ ସାମରିକ ପ୍ରତିଷ୍ଠାନ ଛାରଖାର

TIMES OF UP

କିବ୍‌ : ରୁଷ୍‌ ପୂର୍ବ ୟୁକ୍ରେନ୍‌ର ଡୋନବାସ୍‌ରେ ଆକ୍ରମଣ ଆରମ୍ଭ କରିଦେଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ ସେନା ଡୋନ୍‌ବାସ ଉପରେ ଫୋକସ୍‌ କରିଛି। କିନ୍ତୁ ଡୋନବାସ୍‌ରେ ରୁଷ୍‌ ଯେତେ ସଂଖ୍ୟକ ସୈନ୍ୟ ମୁତୟନ କ‌ଲେ ମଧ୍ୟ ଆମେ ଲଢ଼ିବୁ ଏବଂ ନିଜକୁ ସୁରକ୍ଷା ଦେବୁ ବୋଲି ଜେଲେନ୍‌ସ୍କି କହିଛନ୍ତି। ଗତକାଲି ରାତିରେ ରୁଷ୍‌ ଡୋନବାସ୍‌ରେ ୧୩ ପ୍ରତିଷ୍ଠାନ ଉପରେ‌ କ୍ଷେପଣ‌ାସ୍ତ୍ର ମାଡ଼ କରିଛି ଏବଂ ୬୦ ସାମରିକ କ୍ଷେତ୍ର ଉପରେ ବିମାନ ଆକ୍ରମଣ କରିଛି। ଗତକାଲି ରାତି ସାରା ରୁଷ୍‌ ପୂର୍ବ ୟୁକ୍ରେନ୍‌ରେ ଅନେକ ଥର ବିମାନ ଆକ୍ରମଣ କରିଛି। ସମଗ୍ର ୟୁକ୍ରେନ୍‌ରେ ରୁଷ୍‌ ଗୋଟିଏ ରାତି‌‌ରେ ୧୨୬୦ ଟାର୍ଗେଟ୍‌ ଧ୍ବଂସ କରିଛି। ଇତି ମଧ୍ୟରେ ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେୟି ‌ଲାଭରୋଭ କହିଛନ୍ତି, ରୁଷ୍‌ ୟୁକ୍ରେନ୍‌ରେ ସ୍ବତନ୍ତ୍ର ସାମରିକ ଅପରେସନ୍‌ର ଏକ ନୂ୍ଆ ପର୍ଯ୍ୟାୟ ଆରମ୍ଭ କରିଛି। ଡୋନେସ୍କରେ ରୁଷ୍‌ ୟୁକ୍ରେନ୍‌ର ମିଗ୍‌-୨୯ ବିମାନକୁ ଖସାଇ ଦେଇଛି ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତକାଲି ରାତିସାରା ମଧ୍ୟ ରୁଷ୍‌ ଖାରକିଭ, ଜାପୋରିଝିଆ, ଡୋନେସ୍କ ଏବଂ ମାଇକୋଲେବ୍‌ରେ ଗୋଳାବର୍ଷା କରିଛି।

ଅନ୍ୟପକ୍ଷେ ୟୁକ୍ରେନ୍‌ରୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଲଗାତାର ତୃତୀୟ ଦିନରେ କୌଣସି ମାନବୀୟ କରିଡର ଖୋଲିନି। ୟୁକ୍ରେନ୍ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକ କହିଛନ୍ତି, ରୁଷ୍‌ ପକ୍ଷରୁ ମାନବୀୟ କରିଡର୍‌ ଖୋଲିବା ପାଇଁ କୌଣସି ଚୁକ୍ତି ହୋଇନାହିଁ। ମାରିୟୁପୋଲ୍‌ରେ ଶେଷ ଲଢ଼େଇ ଜାରି ରହିଛି। ମାରିୟୁପୋଲ୍‌ରେ ଲୋକ ଖାଦ୍ୟ ପାଇଁ ଅନେକ ସଂଘର୍ଷର ସାମ୍ନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe