Image Courtesy of NDTV
ଢାକା: ଦୁର୍ଗାପୂଜା ମଣ୍ଡପ ଉପରେ ହୋଇଥିବା ଆକ୍ରମଣ ପୂର୍ବ-ପରିକଳ୍ପିତ ବୋଲି ରବିବାର ଦିନ ବାଂଲାଦେଶର ଗୃହ ବ୍ୟାପାର ମନ୍ତ୍ରୀ ଅସାଦ୍ଉଜମାନ୍ ଖାଁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାଂଲାଦେଶରେ ଥିବା ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବା ଥିଲା ଏହି ଆକ୍ରମଣର ଉଦ୍ଦେଶ୍ୟ।
‘ଢାକା ଟ୍ରିବ୍ୟୁନ୍’ ରିପୋର୍ଟ ଅନୁସାରେ, ବୁଧବାର ଦିନ କମିଲ୍ଲାରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ବହୁସଂଖ୍ୟକ ନାମିତ ଓ ଅନାମିତ ବ୍ୟକ୍ତିମାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯିବା ପରେ ଗୃହମନ୍ତ୍ରୀ ଖାଁ ଏଭଳି ମନ୍ତବ୍ୟ ଦେଇଛନ୍ତି।
Image Courtesy of Zee Newsକମିଲ୍ଲା ଘଟଣାର କାରଣ କ’ଣ ବୋଲି ପଚରାଯିବାରୁ ସେ କହିଲେ ଯେ, ସମସ୍ତ ପ୍ରମାଣ ହସ୍ତଗତ ହେବା ପରେ ଆମେ ସେ କଥା ସର୍ବସାଧାରଣରେ ଘୋଷଣା କରିବୁ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବୁ।
କେବଳ କମିଲ୍ଲାରେ ନୁହେଁ, ସାମ୍ପ୍ରଦାୟିକ ହିଂସା ମାଧ୍ୟମରେ ଦେଶକୁ ଅସ୍ଥିର କରିବା ପାଇଁ ପୂର୍ବରୁ ମଧ୍ୟ ରାମୁ ଏବଂ ନାସିରନଗରରେ ଉଦ୍ୟମ ହୋଇଛି। ଶନିବାର ରାତି ଠାରୁ ଆଉ କୌଣସି ଅଘଟଣା ଘଟିଥିବା ରିପୋର୍ଟ ଆସିନାହିଁ। ଗୁଇନ୍ଦା ସୂଚନାକୁ ଆଧାର କରି ଆମ ନିରାପତ୍ତା ବଳ ଧୈର୍ଯ୍ୟର ସହ କାର୍ଯ୍ୟ କରୁଛନ୍ତି। ସାମ୍ପ୍ରଦାୟିକ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିମାନେ ସଫଳ ହେବେ ନାହିଁ ବୋଳି ସେ କହିଛନ୍ତି।
ଚାନ୍ଦପୁର, ଚିଟ୍ଟାଗଙ୍ଗ, ଗାଜିପୁର, ବନ୍ଦରବନ, ଚପେନଓ୍ଵାବ୍ଗଞ୍ଜ ଏବଂ ମୌଲବୀବଜାର ଅଞ୍ଚଳରେ କେତେଗୁଡ଼ିଏ ପୂଜାମଣ୍ଡପରେ ଭଙ୍ଗାରୁଜା କରାଯାଇଛି ଏବଂ ସେଥିଯୋଗୁଁ ହୋଇଥିବା ସଂଘର୍ଷରେ କେତେକ ବ୍ୟକ୍ତି ମୃତାହତ ହୋଇଥିବା କଥା ‘ଢାକା ଟ୍ରିବ୍ୟୁନ୍’ ରିପୋର୍ଟ କରିଛି।
Follow Us