ଜଗନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

Advertisment
ପଡ଼ୋଶୀ ଆନ୍ଧ୍ରରେ ଜଗନଙ୍କ ସରକାର ଦୁର୍ନାମ ମୁଣ୍ଡାଉଛି!

ThePrint

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ଦୁଇ ଜଣ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ବିଧାୟକ କେ ରଘୁରାମ କ୍ରିଷ୍ଣା ରାଜୁ ତାଙ୍କ ବିରୋଧରେ ଅପରାଧିକ ଷଡ଼୍‌ଯନ୍ତ୍ର କରାଯାଇଥିବା ଅଭିଯୋଗ କରି ପୁଲିସରେ ଏତଲା ଦେଇଥିବାରୁ ଏହା ଆଧାରରେ ମାମଲା ରୁଜୁ ହୋଇଛି। ହତ୍ୟା ଉଦ୍ୟମ ଷଡ଼୍‌ଯନ୍ତ୍ରରେ ଯେଉଁ ଦୁଇ ଆଇପିଏସ୍ ଅଫିସରଙ୍କ ନାଁ ରହିଛି ସେମାନେ ହେଲେ ପିଭି ସୁନୀଲ କୁମାର ଓ ଆର୍ସୀ ତାରାମଞ୍ଜନେୟୁଲୁ। ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ଆର୍‌ ବିଜୟ ପାଲ ଏବଂ ଗୁଣ୍ଟୁର ସରକାରୀ ହସ୍ପିଟାଲର ପୂର୍ବତନ ଅଧୀକ୍ଷକ ଜି ପ୍ରଭାବତ । ରାଜୁ ଏକ ମାସ ତଳେ ମେଲ୍ ଜରିଆରେ ତାଙ୍କ ଅଭିଯୋଗ ପଠାଇଥିଲେ ଏବଂ ଆଇନଗତ ମତାମତ ନେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ରାଜୁ କହିଛନ୍ତି, ଆନ୍ଧ୍ର ପ୍ରଦେଶ ସରକାରଙ୍କ ସିବି-ସିଆଇଡି ମୋ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲା। ମେ ୧୪, ୨୦୨୧ରେ ବିନା ପ୍ରକ୍ରିୟାରେ ମୋତେ ଗିରଫ କରି ନିର୍ଯାତନା ଦିଆଯାଇଥିଲା। ପୁଲିସ ଗୁଣ୍ଟୁରରେ ରଖି ମୋତେ ପ୍ରବଳ ନିର୍ଯାତନା ଦେଇଥିଲା ବୋଲି ରାଜୁ କହିଛନ୍ତି। ରାଜୁ ଗିରଫ ହେବା ସମୟରେ ଦୁଇ ପୁଲିସ ଅଧିକାରୀ ଗୁଇନ୍ଦା ବିଭାଗର ଦାୟିତ୍ବରେ ଥିଲେ ଏବଂ ଜଗନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଥିଲେ। ଟିଡିପି ନେତା କହିଛନ୍ତି ଯେ ଗିରଫ ହେବାର କିଛି ସପ୍ତାହ ପୂର୍ବରୁ ତାଙ୍କର ଓପନ୍ ହାର୍ଟ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ତାଙ୍କୁ ଘୋର ମାନସିକ ନିର୍ଯାତନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe