ବଲୋଚ ମୁକ୍ତି ସେନା ଉପରେ ପ୍ରତିବନ୍ଧକ ପ୍ରୟାସ: ପାକିସ୍ତାନ ଓ ଚୀନ୍‌କୁ ଅଟକାଇଲା ଆମେରିକା

ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଓ ମଜିଦ୍ ବ୍ରିଗେଡ୍‌କୁ ୱାସିଂଟନ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବାର ଏକ ମାସ ପରେ ଜାତିସଂଘରେ ଉଭୟ ଗୋଷ୍ଠୀ ବିରୋଧରେ ‘ୟୁଏନ୍ ୧୨୬୭ ରିଜାଇମ୍’ ଅଧୀନରେ....

sfhfhshfxvbvbxv

ୱାସିଂଟନ: ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଓ ମଜିଦ୍ ବ୍ରିଗେଡ୍‌କୁ ୱାସିଂଟନ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବାର ଏକ ମାସ ପରେ ଜାତିସଂଘରେ ଉଭୟ ଗୋଷ୍ଠୀ ବିରୋଧରେ ‘ୟୁଏନ୍ ୧୨୬୭ ରିଜାଇମ୍’ ଅଧୀନରେ ପ୍ରତିବନ୍ଧକ ଲଗାଇବା ପାଇଁ ପାକିସ୍ତାନ-ଚୀନ୍‌ର ମିଳିତ ପ୍ରୟାସକୁ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ଅଟକାଇଛନ୍ତି। ଏହା ସପକ୍ଷରେ ଆମେରିକା ଓ ସହଯୋଗୀମାନେ ଉଲ୍ଲେଖ କରିଛନ୍ତି ଯେ, ଏହି ଗୋଷ୍ଠୀର ଅଲ୍‌କାଏଦା ବା ଆଇଏସ୍‌ଆଇଏଲ୍‌ ସହିତ ସଂପର୍କ ଥିବାର କୌଣସି ପ୍ରମାଣ ନାହିଁ।

‘ୟୁଏନ୍ ୧୨୬୭ ରିଜାଇମ୍’ ୧୯୯୯ର ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପନାମା-୧୨୬୭କୁ ବୁଝାଏ, ଯାହା ଅଲ୍‌-କାଏଦା, ତାଲିବାନ ଓ ଆଇଏସ୍‌ଆଇଏଲ୍‌ ସହ ଜଡିତ ବ୍ୟକ୍ତି କିମ୍ବା ସଂସ୍ଥା ଉପରେ ଭ୍ରମଣ ନିଷେଧାଦେଶ, ସମ୍ପତ୍ତି ଫ୍ରିଜ୍ ଓ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ସମେତ କଟକଣା ଲଗାଇଥାଏ। ଏହା ପୂର୍ବରୁ ପାକିସ୍ତାନ ଓ ଚୀନ୍ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଓ ଏହାର ମଜିଦ୍ ବ୍ରିଗେଡ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମିଳିତ ବିଡ୍ ଦାଖଲ କରିଥିଲେ। ବୁଧବାର ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଅସିମ ଇଫତିଖାର ଅହମଦ ଉଲ୍ଲେଖ କରିଥିଲେ ଯେ, ଆଇଏସ୍‌ଆଇଏଲ୍‌-କେ, ଅଲ୍‌-କାଏଦା, ତେହେରିକ୍-ଏ-ତାଲିବାନ ପାକିସ୍ତାନ, ବିଏଲ୍‌ଏ ଓ ଏହାର ମଜିଦ୍ ବ୍ରିଗେଡ୍ ସମେତ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନରୁ ସୀମାପାର ଆକ୍ରମଣ କରୁଛନ୍ତି। ଗତ ମାସରେ ବିଏଲ୍‌ଏ ଓ ମଜିଦ୍ ବ୍ରିଗେଡକୁ ଆମେରିକା ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। ବିଏଲ୍‌ଏ ବର୍ଷ ବର୍ଷ ଧରି ଆମେରିକାର ସ୍କାନର୍‌ରେ ରହିଛି।  ୨୦୧୯ରେ ଏହାକୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବରେ ନାମିତ ଗ୍ଲୋବାଲ୍ ଟେରରିଷ୍ଟ (ଏସ୍‌ଡିଜିଟି) ଭାବରେ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe