ଅତି ଦ୍ରୁତ ଗତିରେ ପୃଥିବୀ ପାଖ ଦେଇ ଅତିକ୍ରମ କରିବ ଏକ ଗ୍ରହାଣୁ

ଅତି ଦ୍ରୁତ ଗତିରେ ପୃଥିବୀ ପାଖ ଦେଇ ଅତିକ୍ରମ କରିବ ଏକ ଗ୍ରହାଣୁ

Image Source: India Today

ନୂଆଦିଲ୍ଲୀ: ମହାଶୂନ୍ୟରୁ ଏକ ଗ୍ରହାଣୁ ଅତି ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ଆସୁଛି। ଘଣ୍ଟା ପ୍ରତି ଏହାର ବେଗ ପ୍ରାୟ ୫୪, ୭୧୭ କିଲୋମିଟର୍‌ ବୋଲି ଆକଳନ କରାଯାଇଛି।

ଶନିବାର ଦିନ ଏହା ପୃଥିବୀର ନିକଟତର ହେବାର ସମ୍ଭାବନା ରହିଛି। ଏହି ‘ଗ୍ରହାଣୁ’ ବା ମହାଶୂନ୍ୟର ପ୍ରକାଣ୍ଡ ପଥରଖଣ୍ଡଟି ପୃଥିବୀ ପୃଷ୍ଠର ପ୍ରାୟ ୫୮ ଲକ୍ଷ କିଲୋମିଟର୍‌ ଦୂର ଦେଇ ଅତିକ୍ରମ କରିବ।

ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ଏହି ଗ୍ରହାଣୁ ବିଷୟରେ କିଛି ତଥ୍ୟ ସଂଗ୍ରହ କରିଛି। ଏହି ଗ୍ରହାଣୁର ଆକାର ବିଶ୍ୱରେ ମଣିଷ ତିଆରି କରିଥିବା ସର୍ବୋଚ୍ଚ ଅଟ୍ଟାଳିକାମାନଙ୍କ ଠାରୁ ମଧ୍ୟ ବଡ଼ ବୋଲି ‘ନାସା’ କହିଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ୧୫୦ ମିଟରରୁ ବଡ଼ ଗ୍ରହାଣୁଗୁଡ଼ିକ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିପାରେ।

publive-image Image Soruce: Justdial

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି ଏହି ଗ୍ରହାଣୁ ପୃଥିବୀ ପୃଷ୍ଠରେ ଧକ୍କା ଖାଇବ ତେବେ ବରଫ ଯୁଗ ଆରମ୍ଭ ହୋଇଯିବ। ଯାହା ଫଳରେ ପୃଥିବୀର ବହୁ ପ୍ରଜାତିର ଜୀବଜନ୍ତୁ ବିଲୋପ ହୋଇଯିବେ।

ସେ ଯାହାହେଉ, ଆସୁଥିବା ଗ୍ରହାଣୁଟି ପୃଥିବୀ ଠାରୁ ୫୪, ୭୧୭ କିଲୋମିଟର ଦୂର ଦେଇ ଅତିକ୍ରମ କରୁଥିବାରୁ ବିପଦର କୌଣସି ଆଶଙ୍କା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe