ନାତିର କଷ୍ଟଡି ନମିଳିଲେ ସମସ୍ତେ ଜୀବନ ହାରିବୁ: ମୃତ ଅତୁଲଙ୍କ ବାପା

ପତ୍ନୀଙ୍କ ନିର୍ଯାତନା ସହିନପାରି ଜୀବନ ହାରିଥିଲେ ଇଞ୍ଜିନିୟର ଅତୁଲ ସୁଭାଷ। ଏବେ ତାଙ୍କ ପୁଅର କଷ୍ଟଡି ପାଇଁ ଅତୁଲଙ୍କ ପରିବାର ସଂଘର୍ଷ କରୁଛନ୍ତି। ନାତିର ପତ୍ତା ମିଳୁନଥିବାରୁ କଷ୍ଟଡି ନମିଳିଲେ ସମସ୍ତେ ଜୀବନ ହାରିବୁ ବୋଲି କହିଛନ୍ତି ଅତୁଲଙ୍କ ବାପା।

00

ପାଟନା: ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪) କିଛି ଦିନ ତଳେ ଜୀବନ ହାରିଥିଲେ। ଏହି ମାମଲାରେ ଫେରାର୍‌ ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଅତୁଲଙ୍କ ପୁଅର ପତ୍ତା ମିଳିପାରିନାହିଁ। ଜୀବନ ହାରିବା ପୂର୍ବରୁ ପୁଅର କଷ୍ଟଡି ମୋ ମାତାପିତାଙ୍କୁ ମିଳୁ ବୋଲି ରେକର୍ଡ କରିଥିବା ଭିଡିଓରେ କହିଥିଲେ ଅତୁଲ। ହେଲେ ପତ୍ନୀ ନିକିତା ଗିରଫ ହୋଇସାରିଥିଲେ ବି ଏପର୍ଯ୍ୟନ୍ତ ନାତିର ପତ୍ତା ମିଳିନଥିବାରୁ ଚିନ୍ତାରେ ଅତୁଲଙ୍କ ପରିବାର।

ଅତୁଲଙ୍କ ବାପା ପବନ ମୋଦୀ ଏନେଇ ପୁଲିସରେ ଅଭିଯୋଗ କରି ଜୀବନ ହାରିବାକୁ ଧମକ ଦେଇଛନ୍ତି। ତାଙ୍କ କହିବା ମୁତାବକ, "ମୁଁ ମୋ ନାତିଙ୍କୁ ଥରେ ଭିଡିଓ କଲ ମାଧ୍ୟମରେ ଦେଖିଥିଲି। ଅତୁଲ ଯିବା ପରେ ଆମକୁ ନାତି ବିଷୟରେ କିଛି ବି ଜଣାାନହିଁ। ମୁଁ ନାତିର ସୁରକ୍ଷାକୁ ନେଇ ଚିନ୍ତିତ ଅଛି। ଅତୁଲର ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆ ଗିରଫ ହେବା ପରଠୁ ନାତିର ପତ୍ତା ମିଳୁନି। କାହିଁକି ଆମକୁ ନାତିର ଠିକଣା ଦିଆଯାଉନାହିଁ। ସେ କେଉଁଠି ଓ କେମିତି ଅଛି ଆମକୁ ଜଣାନାହିଁ। ଯଦି ଆମକୁ ଆମ ନାତି ନମିଳେ ତେବେ ପୂରା ପରିବାର ଜୀବନ ହାରିବୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe