ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଭାରତ ସରକାରଙ୍କୁ ଶକ୍ତ ଝଟ୍କା ଲାଗିଛି। ଏହି ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତ ତଥା ବିମାନ ତିଆରି କମ୍ପାନି ଫେନମେକେନିକାର ପୂର୍ବତନ ଅଧ୍ୟକ୍ଷ ଗିୟୁସେପେ ଓରସି ଏବଂ ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡ ହେଲିକପ୍ଟର ୟୁନିଟର ପୂର୍ବତନ ସିଇଓ ବ୍ରୁନୋ ସ୍ପାଗ୍ନୋଲିନିଙ୍କୁ ଇଟାଲିର ଏକ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୨ ମସିହାରେ ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡର ୧୨ଟି ଅତ୍ୟାଧୁନିକ ହେଲିକପ୍ଟର କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ୩୬ଶହ କୋଟି ଟଙ୍କାର ଏହି ହେଲିକପ୍ଟର କିଣା ଦୁର୍ନୀତିର ତଦନ୍ତ ପରେ ଓରସି ଓ ସ୍ପାଗ୍ନୋଲିନିଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପରେ ୨୦୧୪ରେ ଏହି କମ୍ପାନୀ ଚୁକ୍ତି ଖିଲାପ କରି ଭାରତ ସରକାରଙ୍କୁ ଧୋକା ଦେଇଥିବାରୁ ଚୁକ୍ତି ରଦ୍ଦ କରିଦିଆଯାଇଥିଲା। ଅପରପକ୍ଷେ, ଦୁର୍ନୀତି କରିଥିବା ଅଭିଯୋଗରେ ଗିୟୁସେପେ ଓ ବ୍ରୁନୋ ୨୦୧୪ରେ ଗିରଫ ହୋଇଥିଲେ। ତେବେ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନମିଳିବାରୁ ଆଜି ସେମାନଙ୍କୁ ଇଟାଲିର ଅଦାଲତ ଏପରି ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ଅଗଷ୍ଟା େଓ୍ଵଷ୍ଟଲ୍ୟାଣ୍ଡ ମାମଲା: ୨ ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍
Advertisment
Follow Us