ନୂଆଦିଲ୍ଲୀ: ଅଗଷ୍ଟା େଓ୍ଵଷ୍ଟଲାଣ୍ଡ୍ ଚୁକ୍ତି ମାମଲାରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପରାମର୍ଶଦାତା ଅହମ୍ମଦ ପଟେଲଙ୍କୁ ଫସାଇବାକୁ ଚାପ ପଡ଼ିଥିଲା ବୋଲି ମଧ୍ୟସ୍ଥି ଖ୍ରିଷ୍ଟିଆନ ମିସେଲ କହିଛନ୍ତି। ଏହି ମାମଲାରେ ଏବେ ଜାମିନରେ ଥିବା ମିସେଲ କହିଛନ୍ତି ଯେ ସୋନିଆ ଏବଂ ପଟେଲ ନାମ ନେଇ ଭାରତୀୟ ଅଧିକାରୀମାନେ ଚାପ ସୃଷ୍ଟି କରିଥିଲେ ଏବଂ ମିଥ୍ୟା ସ୍ୱିକାରୋକ୍ତିରେ ଦସ୍ତଖତ ନେବାପାଇଁ ମଧ୍ୟ ଉଦ୍ୟମ କରିଥିଲେ। ହେଲିକପ୍୍ଟର ଚୁକ୍ତି ସମରେ ମିସେଲ ସୋନିଆଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ ବୋଲି କହିବା ପାଇଁ ସିବିଆଇ ଅଧିକାରୀମାନେ ଚାପ ପାଇଥିଲେ ବୋଲି ମିସେଲଙ୍କ ଓକିଲ କହିଛନ୍ତି। ୨୦୧୩ରେ କେନ୍ଦ୍ର ସରକାର ୩୫୪୬ କୋଟି ଟଙ୍କାରେ ୧୨ଟି ଭିଭିଆଇପି ହେଲିକପ୍୍ଟର କ୍ରୟ ଚୁକ୍ତିକୁ ରଦ୍ଦ କରିଥିଲେ ଏବଂ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us