ଅଗଷ୍ଟ ୧୫ ସୁଦ୍ଧା ଆସିପାରେ ଭାରତର ପ୍ରଥମ କରୋନା ଟିକା

Advertisment

ନୈଦାନିକ ପରୀକ୍ଷଣ ପାଇଁ ଜାଇଡସ କାଡିଲାକୁ ଅନୁମତି

ନୈଦାନିକ ପରୀକ୍ଷଣ ପାଇଁ ଜାଇଡସ କାଡିଲାକୁ ଅନୁମତି

‌ଦେଶରେ କିଛି ଲୋକ ପୁନଃ ସଂକ୍ରମିତ ହୋଇଛନ୍ତି : ଆଇସିଏମ୍‌ଆର

The Logical Indian

ନୂଆଦିଲ୍ଲୀ: ପ୍ରଥମ ‌ଭାରତ ତିଆରି କରୋନା ଭାଇରସ୍‌ ଟିକା ଅଗଷ୍ଟ ୧୫ ସୁଦ୍ଧା ଦେଶର ଜନସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରେ। ଅଗଷ୍ଟ ୧୫, ସ୍ବାଧୀନତା ଦିବସରେ ଦେଶବାସୀଙ୍କ ପାଇଁ ଏହି ଟିକା ଉପଲବ୍ଧ କରାଯିବା ନେଇ ଯୋଜନା ହୋଇଛି ବୋଲି ଆଇସିଏମ୍‌ଆର କହିଛି। ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ (ବିବିଆଇଏଲ୍‌) ସହ ମିଶି ଆଇସିଏମ୍‌ଆର ‘କୋଭାକ୍ସିନ୍‌’ର ବିକାଶ ପାଇଁ ଉଦ୍ୟମ ଚଳାଇଛି। ସ୍ବଦେଶୀ କୋଭିଡ୍‌-୧୯ ଟିକା (BBV152 COVID vaccine)ର କ୍ଲିନିକାଲ୍‌ ପରୀକ୍ଷଣ ପାଇଁ କିଛି ନିର୍ଦ୍ଦିଷ୍ଟ ଅନୁଷ୍ଠାନକୁ ଚୟନ କରାସରିଛି। ଏହି ଅନୁଷ୍ଠାନଗୁଡ଼ିକୁ କ୍ଲିନିକାଲ୍‌ ପରୀକ୍ଷା ପ୍ରକ୍ରିୟା ତ୍ବରାନ୍ବିତ କରିବାପାଇଁ କୁହାଯାଇଛି। ସମସ୍ତ କ୍ଲିନିକାଲ୍‌ ପରୀକ୍ଷଣ ପରେ ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ ୧୫ ସୁଦ୍ଧା ଟିକା ଆରମ୍ଭ କରିବାପାଇଁ ଯୋଜନା ହୋଇଛି ‌ବୋଲି ଆଇସିଏମ୍‌ଆର କହିଛି। ଏ କ୍ଷେତ୍ରରେ କୌଣସି ପ୍ରକାର ଅସହଯୋଗ ଗ୍ରହଣୀୟ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତେଣୁ ସର୍ବୋଚ୍ଚ ପ୍ରାଥମିକତା ଆଧାରରେ ଧାର୍ଯ୍ୟ ସମୟ ପୂର୍ବରୁ ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଆଇସିଏମ୍‌ଆର କହିଛି। ବିଶାଖାପାଟନମ୍‌, ରୋହତକ୍‌, ନୂଆଦିଲ୍ଲୀ, ପାଟନା, ବେଲଗମ୍‌ , ନାଗପୁର, ଗୋରଖପୁର, ହାଇଦ୍ରାବାଦ୍‌, ଆର୍ଯ୍ୟନଗର, କାନପୁର ଏବଂ ଗୋଆରେ ଥିବା କିଛି ନିର୍ଦ୍ଦିଷ୍ଟ ଅନୁଷ୍ଠାନରେ ଏହି ଟିକାର କ୍ଲିନିକାଲ୍‌ ପରୀକ୍ଷଣ କରାଯିବ। ପ୍ରକଳ୍ପରେ ସମ୍ପୃକ୍ତ ଥିବା ସମସ୍ତ କ୍ଲିନିକାଲ୍‌ ଟ୍ରାଏଲ୍‌ ଅନୁଷ୍ଠାନଗୁଡ଼ିକର ସହଯୋଗ ଉପରେ ଚୂଡ଼ାନ୍ତ ଫଳ ନିର୍ଭର କରୁଛି।

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ର କୋଭାକ୍ସିନ୍ ପରେ ଅହମଦାବାଦ ଭିତ୍ତିକ କମ୍ପାନି ଜାଇଡସ୍ କାଡିଲା ହେଲଥକେୟାର ପ୍ରାଇଭେଟ ଲିମିଟେଡ ପକ୍ଷରୁ କୋଭିଡ୍‌-୧୯ ମୁକାବିଲା ପାଇଁ ବିକାଶ କରାଯାଇଥିବା ଏକ ଟିକାକୁ ମଣିଷ ଶରୀରରେ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ମିଳିଯାଇଛି। ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଗୁରୁବାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। କୋଭିଡ ମହମାରୀବେଳେ ଟିକାର ଅଭାବ ଓ ଆବଶ୍ୟକତାକୁ ଅନୁଭବ କରିବା ସହିତ ବିଶେଷଜ୍ଞ କମିଟିର ସୁପାରିସ ପରେ ମଞ୍ଜୁରି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଥିଲା। ଜାଇଡସ କାଡିଲା ପକ୍ଷରୁ ବିକଶିତ ଟିକା ପ୍ରାଣୀମାନଙ୍କ ଠାରେ ପ୍ରୟୋଗ କରାଯାଇଥିଲା। ତାହା ସଫଳ ହୋଇଛି। ପ୍ରାଣୀମାନଙ୍କ ଠାରେ ପ୍ରୟୋଗ ସଂପର୍କିତ ତଥ୍ୟ କମ୍ପାନି ଡିସିଜିଆଇ ନିକଟରେ ଦାଖଲ କରିଥିଲା। ଏହା ପରେ ଏବେ ମଣିଷ ଦେହରେ ଉକ୍ତ ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ଡିସିଜିଆଇ ମୁଖ୍ୟ ଡାକ୍ତର ଭି ଜି ସୋମାନି କହିଛନ୍ତି। ଉକ୍ତ ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରାୟ ୩ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି ଏକ ସୂତ୍ରରୁ ଜଣାଯାଇଛି। କିଛିଦିନ ପୂର୍ବରୁ ଦେଶରେ ନିଜସ୍ବ ଜ୍ଞାନକୌଶଳରେ ବିକଶିତ ପ୍ରଥମ କୋଭିଡ-୧୯ ଟିକା କୋଭାକ୍ସିନର ନୈଦାନିକ ପରୀକ୍ଷଣ ମଣିଷ ଶରୀରରେ କରିବା ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିସାରିଛି। ଆଇସିଏମ୍‌ଆର୍‌ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହ ମିଶି ହାଇଦ୍ରାବାଦ କମ୍ପାନି ଭାରତ ‌ବାୟୋଟେକ୍ କୋଭାକ୍ସିନ ଟିକାର ବିକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe