୪୪ ବର୍ଷର ରେକର୍ଡ ଭାଙ୍ଗିଲା ଅଗଷ୍ଟ ମାସର ବର୍ଷା; ୮ ମୃତ, ୯ ହଜାର ପ୍ରଭାବିତ

Advertisment

ମଧ୍ୟପ୍ରଦେଶରେ ବନ୍ୟା ବାୟୁସେନାର ଉଦ୍ଧାର କାର୍ଯ୍ୟ

ମଧ୍ୟପ୍ରଦେଶରେ ବନ୍ୟା ବାୟୁସେନାର ଉଦ୍ଧାର କାର୍ଯ୍ୟ

୧୯ରୁ ପ୍ରବଳ ବର୍ଷା: ବର୍ଷା ଆଣିପାରେ ବିପର୍ଯ୍ୟୟ; ଗଞ୍ଜାମ, ଗଜପତିରେ ବନ୍ୟା ଓ ଅତଡ଼ା ଧସିବା ଆଶଙ୍କା

MetWeather

ନୂଆଦିଲ୍ଲୀ: ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ଦେଖାଦେଇଥିବା ବେଳେ ବିଗତ ୪୪ ବର୍ଷ ଭିତରେ ଚଳିତ ବର୍ଷ ଅଗଷ୍ଟ ମାସରେ ହିଁ ଦେଶରେ ସର୍ବାଧିକ ବୃଷ୍ଟିପାତ ହୋଇଛି ବୋଲି ପାଣିପାଗ ବିଭାଗ ରେକର୍ଡରୁ ଜଣାଯାଇଛି। ଗତ ୨୮ ତାରିଖ ସୁଦ୍ଧା ଅଗଷ୍ଟ ମାସରେ ପୂର୍ବ ବର୍ଷ ତୁଳନାରେ ରେକର୍ଡ ୨୫% ଅଧିକ ବର୍ଷା ହୋଇଛି। ଏପରିକି ୧୯୮୩ ଅଗଷ୍ଟ ନାମରେ ରହିଥିବା ୨୩.୮% ଅଧିକ ବୃଷ୍ଟିପାତକୁ ଏହା ଟପିଯାଇଛି। ତେବେ ୧୯୭୬ ମସିହା ଅଗଷ୍ଟରେ ହିଁ ହୋଇଥିବା ୨୮.୪% ଅଧିକ ବୃଷ୍ଟିପାତର ରେକର୍ଡ ଏଯାଏ କାଏମ ରହିଛି। ସୂଚନା ଥାଉ କି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ହାରାହାରି ସ୍ବାଭାବିକତା ଠାରୁ ୯% ଅଧିକ ବର୍ଷା ହୋଇଛି। ତେବେ ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଗୁଜରାଟ ଓ ଗୋଆରେ ମାତ୍ରାଧିକ ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ସିକିମରେ ସର୍ବାଧିକ ରହିଛି। ଏ ବର୍ଷ ଜୁନ୍‌ରେ ୧୭% ଅଧିକ ଓ ଜୁଲାଇରେ ୧୦% କମ୍‌ ବର୍ଷା ହୋଇଛି।

ମଧ୍ୟପ୍ରଦେଶର ୧୨ଟି ଜିଲ୍ଲାରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ୮ ଜଣଙ୍କର ମୃତ୍ୟୁ ହୋଇଛି ଓ ୯ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌, ଏସଡିଆରଏଫ୍‌ ଏବଂ ଭାରତୀୟ ବାୟୁସେନା ମୁତୟନ ହୋଇଛନ୍ତି। ବାୟୁସେନାର ଏମ୍‌ଆଇ୧୭ଭି୫ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ଚଳାଇଛି। ଭୋପାଳଠାରୁ ୩୫୦ କିମି ଦୂର ‌ସେଓନି ଜିଲ୍ଲାର ୱେନ୍‌ଗଙ୍ଗା ନଦୀରେ ନିକଟରେ ନିର୍ମାଣ ସରିଥିବା ଏକ ନୂଆ ପୋଲ୍‌ ଆଜି ଭୁଶୁଡ଼ି ପଡ଼ିଛି। ମାସକ ପୂର୍ବେ ଏହି ପୋଲ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହାର ଉଦ୍‌ଘାଟନ ମଧ୍ୟ ହୋଇନଥିଲା। ତେବେ ଏହି ପୋଲ ଉପରେ ଲୋକ ଯା’ଆସ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe