Image Courtesy of India Today
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ଏକ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ ଅଭିଯୁକ୍ତକୁ ସଂପୃକ୍ତ ନାବାଳିକା ପୀଡ଼ିତାଙ୍କ ସହ ବିବାହ କରିବ କି ବୋଲି ପ୍ରଶ୍ନ କରିଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େଙ୍କ ଇସ୍ତଫା ଦାବି ହୋଇଛି। ଏହି ମର୍ମରେ ଦେଶର ୩,୫୦୦ରୁ ଅଧିକ ସଚେତନ ନାଗରିକ, ମହିଳା ସଂଗଠନର ପ୍ରତିନିଧି ଏବଂ ମହିଳା ଅଧିକାର କର୍ମୀ ଜଷ୍ଟିସ୍ ବୋବଡ଼େଙ୍କ ପାଖକୁ ଏକ ଖୋଲା ଚିଠି ଲେଖି ସେ ଏଥିପାଇଁ ନିଜ ଗୁରୁତ୍ବପୂର୍ଣ୍ଣ ପଦରୁ ଇସ୍ତଫା ଦେବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଜଣେ ନାବାଳିକା ସ୍କୁଲଛାତ୍ରୀଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୁକ୍ତ ଜଣକ ଗିରଫରୁ ବର୍ତ୍ତିଯିବା ପାଇଁ କରିଥିବା ଆବେଦନର ଶୁଣାଣି କରି ବୋବଡ଼େ ଗତ ସୋମବାର ଏଭଳି ବିବାଦୀୟ ସ୍ଥିତି ଛିଡ଼ା କରାଇଛନ୍ତି। ସଂପୃକ୍ତ ନାବାଳିକାଙ୍କୁ ବିବାହ କରିବା ଲାଗି ଅଭିଯୁକ୍ତ ଜଣକ ରାଜି କି ବୋଲି ସେ ଅଦାଲତରେ ପଚାରିଥିଲେ। ତେବେ ଏହାଦ୍ବାରା ଭବିଷ୍ୟତରେ ପୀଡ଼ିତାମାନେ ଆହୁରି ନିରବିଯିବା ସହ ଦୁଷ୍କର୍ମ କରିବାକୁ ଅଭିଯୁକ୍ତମାନଙ୍କ ପାଇଁ ବିବାହ ଏକ ଅନୁମତି ଭାବେ ବିବେଚିତ ହେବ ବୋଲି ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଅପରପକ୍ଷେ, ଏହାଦ୍ବାରା ଦୁଷ୍କର୍ମକାରୀ ନିଜ ଅପରାଧକୁ ବୈଧ କରିପାରିବ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି।
Follow Us