ଅନ୍‌ଲାଇନ୍‌ ମୋବାଇଲ ଫୋନ ଅର୍ଡ଼ର କରିଥିବା ଯୁବକ ପ୍ୟାକେଟ ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ, ଥାନାରେ ପହଞ୍ଚିଲା ମାମଲା

Advertisment
ଅନ୍‌ଲାଇନ୍‌ ମୋବାଇଲ ଫୋନ ଅର୍ଡ଼ର କରିଥିବା ଯୁବକ ପ୍ୟାକେଟ ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ, ଥାନାରେ ପହଞ୍ଚିଲା ମାମଲା

Tribune India

ଔରଙ୍ଗାବାଦ୍‌: ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରୁ ଅନ୍‌ଲାଇନ୍‌ ସପିଂକୁ ନେଇ ଏକ ମାମଲା ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ଯୁବକ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରୁ ଏକ ଫୋନ ଅର୍ଡ଼ର କରିଥିଲେ । ନିର୍ଦ୍ଧାରିତ ସମୟରେ ଫୋନ ଡ଼େଲିଭରି ମଧ୍ୟ ହୋଇଥିଲା । କିନ୍ତୁ ପ୍ୟାକେଟରୁ ଯାହା ବାହାରିଲା ତାକୁ ଦେଖି ଯୁବକଙ୍କ ହୋସ ଉଡ଼ିଯାଇଥିଲା । ଆସିଥିବା ପ୍ୟାକେଟରେ ଇଟା ଖଣ୍ଡ ଦେଖି ଯୁବକଙ୍କ ଗୋଡ଼ ତଳୁ ମାଟି ଖସି ଯାଇଥିଲା । ଏଭଳି ଭାବରେ ଠକେଇର ଶିକାର ହେବା ପରେ ଯୁବକ ଜଣଙ୍କ ଏବେ ଏ ନେଇ ହରସୁଲ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

publive-image oneindia.com

ସୂଚନା ମୁତାବକ, ଖରାତ ନାମକ ଜଣେ ଯୁବକ ଅନ୍‌ଲାଇନ୍‌ରେ ଫୋନ ମଗାଇଥିବା ବେଳେ ଏ ନେଇ ସେ ୯,୧୩୪ଟଙ୍କା ପୈଠ କରିଥିଲେ । ଯାହା ପରେ ଏକ ସପ୍ତାହ ମଧ୍ୟରେ ତାଙ୍କ ଜିନିଷ ଡ଼େଲିଭରି କରିଦିଆଯିବ ବୋଲି ଏକ ମେସେଜ ତାଙ୍କ ପାଖକୁ ଆସିଥିଲା । ରବିବାର ଖରାତଙ୍କୁ ତାଙ୍କ ମଗାଇଥିବା ଜିନିଷ ମିଳିବା ପରେ ତା’ ଭିତରେ ଛୋଟ ଛୋଟ ଇଟା ଖଣ୍ଡ ଥିବା ଦେଖିଥିଲେ ଖରାତ । ଯାହା ପରେ ସେ ଡ଼େଲିଭରି ବଏକୁ ଫୋନ କରି କାରଣ ପଚାରିଥିଲେ । ‘ଡ଼େଲିଭରି ଦେବା ମୋ ଦାୟିତ୍ୱ । କିନ୍ତୁ ପ୍ୟାକେଟ ଭିତରେ କ’ଣ ରହିଛି ତାହା ମୋର ଭୁଲ ନୁହେଁ ବୋଲି ଡ଼େଲିଭରି ବଏ କହିବା ପରେ ଶେଷରେ ବାଧ୍ୟ ହୋଇ ଖରାତ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଏବେ ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe