ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳି ନିଜ ଘରକୁ ଫେରିଲେ ଔରଙ୍ଗାବାଦ୍‌ର ମହିଳା, କହିଲେ ସ୍ବର୍ଗକୁ ଆସିବା ପରି ଲାଗୁଛି

Advertisment
ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳି ନିଜ ଘରକୁ ଫେରିଲେ ଔରଙ୍ଗାବାଦ୍‌ର ମହିଳା, କହିଲେ ସ୍ବର୍ଗକୁ ଆସିବା ପରି ଲାଗୁଛି

ଔରଙ୍ଗାବାଦ୍‌: ଔ୍ବରଙ୍ଗାବାଦ୍‌ର ଜଣେ ମହିଳା ଦୀର୍ଘ ୧୮ ବର୍ଷ ପାକିସ୍ତାନ ଜେଲ୍‌ରେ ରହିବା ପ‌ରେ ଶେଷରେ ନିଜ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତିରେ ଔରଙ୍ଗାବାଦ ରେଳ ଷ୍ଟେସନରେ ଟ୍ରେନରୁ ଓହ୍ଲାଇବା ପରେ ୬୫ ବର୍ଷୀୟ ହସିନା ବେଗମ୍ କହିଛନ୍ତି ଯେ ‘ମୋ‌ତେ ଲାଗୁଛି ମୁଁ ସ୍ବର୍ଗରେ ପ୍ରବେଶ କରିଛି’।

ଜାଣିବାକୁ ମିଳିଛି ଯେ ସେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ମହିଳା ଜଣକ ପଡ଼ୋଶୀ ଦେଶ ପାକିସ୍ତାନକୁ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ପାସପୋର୍ଟ ଏବଂ ଅନ୍ୟାନ୍ୟ ଜିନିଷ ହଜିଯିବା ପରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା।

ସେ ନିଜର ଠିକଣା ହଜାଇ ଦେଇଥିବାରୁ ପୁଲିସ୍‌କୁ ତାଙ୍କ ସଂପର୍କୀୟଙ୍କ ବିଷୟରେ ବି କୌଣସି ସୂଚନା ଦେଇ ପାରି ନଥିଲେ। ଫଳରେ ତାଙ୍କୁ ଜେଲ୍‌ର ୪ କାନ୍ଥ ଭିତରେ ରହିବାକୁ ପଡ଼ିଥିଲା। ଦୀର୍ଘ ବର୍ଷ ପରେ ସେ ଘରକୁ ଫେରିଛନ୍ତି ଓ ଏପରିକି ଭୋଟର୍‌ ତାଲିକାରୁ ତାଙ୍କ ନାମ କଟିଯାଇଛି।

publive-image Times of India

ବିନା ପରିଚୟ ପତ୍ରରେ ବି ଔରଙ୍ଗାବାଦ୍‌ ପୁଲିସ୍‌ ତାଙ୍କ ନାମରେ ଥିବା ୬୦୦ ବର୍ଗ ଫୁଟ୍‌ର ଜାଗାର ମାଲିକାନା ଦେବାରେ ସମର୍ଥ ହୋଇଛି, ଯାହାକୁ ସେ ୩୦ ବର୍ଷ ତଳେ କିଣିଥିଲେ।

ମହିଳା ଜଣକ ସାହାରନପୁରର ଦିଲସାଦ୍‌ ଅହମ୍ମଦଙ୍କୁ ବିବାହ କରିଥିଲେ। ସେ ତାଙ୍କର ସଂପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନର ଲହୋରକୁ ଯାଇଥିଲେ। ସେଠାରେ ନିଜ ସଂପର୍କୀୟଙ୍କୁ ଭେଟିବା ପୂର୍ବରୁ ହିଁ ନିଜର ସମସ୍ତ କାଗଜପତ୍ର ହରାଇ ଦେଇଥିଲେ। ଫଳରେ ପାକିସ୍ତାନୀ ତାଙ୍କୁ ଭାରତୀୟ ଗୁପ୍ତଚର ବୋଲି ଭାବି ବନ୍ଦୀ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe