ପେଟ୍ରୋଲ ଦର ବୃଦ୍ଧି ପାଇଁ ଔରଙ୍ଗଜେବ ଦାୟୀ; ଏଭଳି କହି କେନ୍ଦ୍ରକୁ ଟାର୍ଗେଟ କଲେ ଓୱେସୀ

Advertisment
ପେଟ୍ରୋଲ ଦର ବୃଦ୍ଧି ପାଇଁ ଔରଙ୍ଗଜେବ ଦାୟୀ; ଏଭଳି କହି କେନ୍ଦ୍ରକୁ ଟାର୍ଗେଟ କଲେ ଓୱେସୀ

ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ୍‌ ଓୱେସୀ। ଦେଶରେ ହେଉଥିବା ଦରକୃଦ୍ଧିକୁ ନେଇ ସେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ସବୁ ସମସ୍ୟା ପାଇଁ ବିଜେପି ମୋଗଲଙ୍କୁ ଦାୟୀ କରୁଥିବା କହି ପେଟ୍ରୋଲ ଦର ବୃଦ୍ଧି ପାଇଁ ଔରଙ୍ଗଜେବ ଦାୟୀ ବୋଲି ଉପହାସ ଛଳରେ କହିଛନ୍ତି ଅସଦୁଦ୍ଦୀନ୍‌ ଓୱେସୀ।

ସେ କହିଛନ୍ତି ଯେ, ଔରଙ୍ଗଜେବଙ୍କ ପାଇଁ ପେଟ୍ରୋଲ ଦର ବଢ଼ିବା ସହ ଅକବରଙ୍କ କାରଣରୁ ମୁଦ୍ରାସ୍ଫୀତି ବଢ଼ିଛି ଓ ଶାହଜାହାନଙ୍କ ହେତୁ ବେରୋଜଗାରୀ ବୃଦ୍ଧି ପାଇଛି। ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅସଦୁଦ୍ଦୀନ୍‌ ଓୱେସୀଙ୍କ ଏଭଳି ବୟ‌ାନ ପରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ତେବେ ଦେଶରେ ମୋଗଲ ଶାସନ ସମୟରେ ନିର୍ମାଣ ହୋଇଥିବା ସ୍ମାରକୀ ଓ ମସଜିଦକୁ ଭାଙ୍ଗିବାକୁ ବା ନୂତନ ନାମକରଣ କରିବାକୁ ଦାବି କରାଯାଉଥିବାରୁ ଏଭଳି ବୟାନ ଦେଇଛନ୍ତି ଓୱେସୀ।

ଏହା ପୂର୍ବରୁ ହିଜାବ୍‌ ପିନ୍ଧୁଥିବା ଝିଅଟିଏ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଓୱେସୀ। ସେ କହିଥିଲେ ଯେ, ହିଜାବ୍‌ ପିନ୍ଧୁଥିବା ଝିଅମାନେ କଲେଜ୍‌ ଯିବେ, ଜିଲ୍ଲାପାଳ, ମାଜିଷ୍ଟ୍ରେଟ୍‌, ଡାକ୍ତର, ବ୍ୟବସାୟୀ ଆଦି ହେବେ। ଏସବୁ ଦେଖିବାକୁ ମୁଁ ବଞ୍ଚି ନ ଥିବି କିନ୍ତୁ, ମୋ କଥା ମନେରଖନ୍ତୁ। ଦିନେ ହିଜାବ୍‌ ପରିହିତା ଝିଅ ପ୍ରଧାନମନ୍ତ୍ରୀ ହେବେ। ହିଜାବ୍‌ ପିନ୍ଧିବେ ବୋଲି ଯଦି ଆମ ଝିଅମାନେ ନିଷ୍ପତ୍ତି ନଇେ ପିତାମାତାଙ୍କୁ କହନ୍ତି, ତେବେ ସେମାନଙ୍କ ପିତାମାତା ମଧ୍ୟ ସେମାନଙ୍କୁ ସମର୍ଥନ କରିବେ। ଦେଖିବା କିଏ ସେମାନଙ୍କୁ ବାଧା ଦେବ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe