IND v AUS ପ୍ରଥମ ଦିନିକିଆ : ଭାରତକୁ ୭ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ, ବର୍ଷା ଯୋଗୁଁ ଲାଗୁ ହେଲା ଡିଏଲ ମେଥଡ

ପର୍ଥଠାରେ ରବିବାର ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ  ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେବାକୁ ଫଳାଫଳ ଡିଏଲ୍ ମେଥଡ୍ ଅନୁସାରେ ନିର୍ଦ୍ଧାରଣ ହୋଇଥିଲା ।

cricket

Hazzlewood got Rohit's wicket Photograph: (credit : icc)

ପର୍ଥ : ପର୍ଥଠାରେ ରବିବାର ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ (IND v AUS ) ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ  ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେବାକୁ ଫଳାଫଳ ଡିଏଲ୍ ମେଥଡ୍ (DL Method) ଅନୁସାରେ ନିର୍ଦ୍ଧାରଣ ହୋଇଥିଲା ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଠିପାରିନଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୩୮ ରନ କରିଥିବାବେଳେ ଅକ୍ଷର ପଟେଲ ୩୧ ରନ କରିଥିଲେ । ନୀତୀଶ ରେଡ୍ଡି ୧୯ ରନ କରିଥିବାବେଳେ ଶ୍ରେୟସ ଆୟର ୧୧ ରନ କରିଥିଲେ । ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ୦ ଓ ୮ ରନ କରି ବିଫଳ ହୋଇଥିଲେ । ତେବେ ବର୍ଷା ଯୋଗୁଁ ଖେଳ ବନ୍ଦ ହେବାରୁ ଭାରତ ୨୬ ଓଭରରେ ୯ ଓ୍ବିକେଟ ହରାଇ ୧୩୬ ରନ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୨୧.୧ ତମ ଓଭରରେ ୩ ଓ୍ବିକେଟ ହରାଇ ୧୩୧ ରନ କରିଥିଲା । ଡକଓ୍ବର୍ଥ ଲୁଇସ ମେଥଡ ଅନୁସାରେ ଅଷ୍ଟ୍ରେଲିଆକୁ ବିଜୟୀ ଘୋଷଣା କରାଯାଇଥିଲା । 

ଆହୁରି ପଢନ୍ତୁ : ମଉଳିଲା ଭାରତୀୟଙ୍କ ଆଶା, କମାଲ କରିପାରିଲେନି ରୋହିତ-ବିରାଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe