photo-Reconciliations of nations
ନୂଆଦିଲ୍ଲୀ: ଚୀନ୍ ବିପକ୍ଷରେ ଅଷ୍ଟ୍ରେଲିଆ ଏକ ବଡ଼ ଯୋଜନା ଚଳାଇଛି । ମିଳିତ ଜାତିସଂଘରେ ଅଷ୍ଟ୍ରେଲିଆ ଶୁକ୍ରବାର ରାତିରେ ଘୋଷଣା କରିଛି ଯେ ଦକ୍ଷିଣ ଚୀନ୍ ସାଗରରେ ଥିବା ଦୁଇଟି ବିବାଦୀୟ ଦ୍ୱୀପ ଚୀନ୍ ଅଞ୍ଚଳର ନୁହେଁ। ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଅଞ୍ଚଳରେ ଚୀନ୍ର ଅଧିକାରକୁ ଆମେରିକା ପୂର୍ବରୁ ବିରୋଧ କରିଆସୁଛି। ଅଷ୍ଟ୍ରେଲିଆର ଏହି ନୂଆ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ବଢାଇପାରେ | କିଛି ସପ୍ତାହ ପୂର୍ବରୁ ବିବାଦୀୟ ଅଞ୍ଚଳରେ ଥିବା ଚୀନ୍ ସେନା ଅଷ୍ଟ୍ରେଲିଆର ଜାହାଜକୁ ବିରୋଧ କରିଥିଲା।
ଅଷ୍ଟ୍ରେଲିଆ ମଧ୍ୟ ମିଳିତ ଜାତିସଂଘକୁ କହିଛି ଯେ ସ୍ପ୍ରାଟଲି ଏବଂ ପାର୍ସଲ୍ ଦ୍ୱୀପରେ ଚୀନ ନିଜର ଅଂଚଳ ଦାବି କରୁଥିବାବେଳେ ଏହା ସମ୍ପୂର୍ଣ୍ଣ ଭୁଲ ଏବଂ ଏହା ୧୯୮୨ ର ସାମୁଦ୍ରିକ ନିୟମ ବିରୁଦ୍ଧ ଅଟେ। ସୂଚନା ଥାଉ କି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କରୋନା ଭୂତାଣୁଙ୍କ ଉତ୍ପତ୍ତି ଘଟଣାର ଯେତେବେଳେ ତଦନ୍ତ ଦାବି କରିଥିଲେ ସେବେଠାରୁ ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି |
photo-business insiderଏହା ପରେ ଚୀନ୍ ଅଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଥିଲା। ଅଷ୍ଟ୍ରେଲିଆ ମିଳିତ ଜାତିସଂଘକୁ କହିଛି ଯେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ନିଜ ଅଂଚଳ ଦାବି କରିବାର କୌଣସି ଆଇନଗତ ଅଧିକାର ନାହିଁ।
Follow Us