ଶିଖ୍‌ ବାଳକଙ୍କ ମୁଣ୍ଡରେ ଅଷ୍ଟ୍ରେଲୀୟ ସ୍କୁଲ୍‌ ପଗଡ଼ି ନିଷିଦ୍ଧ କରିବା ଭୁଲ୍‌: ଟ୍ରିବୁନାଲ୍‌

Advertisment
ଶିଖ୍‌ ବାଳକଙ୍କ ମୁଣ୍ଡରେ ଅଷ୍ଟ୍ରେଲୀୟ ସ୍କୁଲ୍‌ ପଗଡ଼ି ନିଷିଦ୍ଧ କରିବା ଭୁଲ୍‌: ଟ୍ରିବୁନାଲ୍‌

Photo Courtesy of TOI

ମେଲ୍‌ବର୍ଣ୍ଣ: ପଗଡ଼ି ଯୋଗୁଁ ୫ ବର୍ଷିୟ ପୁଅକୁ ଏକ ଖ୍ରୀଷ୍ଟିଆନ୍‌ ସ୍କୁଲ୍‌ ନାମ ଲେଖାଇ ନ ଦେବା ବିରୋଧରେ ଅଦାଲତକୁ ଆବେଦନ କରିଥିବା ଅଷ୍ଟ୍ରେଲିଆସ୍ଥିତ ଏକ ଶିଖ ପରିବାର ମୋକଦ୍ଦମା ଜିଣିଛନ୍ତି।
ମେଲ୍‌ବର୍ଣ୍ଣର ଉତ୍ତର-ପଶ୍ଚିମରେ ଅବସ୍ଥିତ ‘ମେଲ୍‌ଟନ୍‌ କ୍ରିଷ୍ଟିଆନ୍‌ କଲେଜ୍‌’ରେ ଏ ବର୍ଷ ସିଦ୍ଧକ ସିଂହ ଅରୋରା ପ୍ରେପ୍‌ ଶ୍ରେଣୀରେ ନାଁ ଲେଖାଇ ପାରିବେ।

ସ୍କୁଲ୍‌ର ୟୁନିଫର୍ମ ନିୟମକୁ ତା’ର ପଗଡ଼ି ଉଲ୍ଲଂଘନ କରୁଥିଲା। ସ୍କୁଲ୍‌ର ନିୟମ ଅନୁସାରେ କୌଣସି ଛାତ୍ରଛାତ୍ରୀ ମଥାରେ କୌଣସି ଧାର୍ମିକ ଆବରଣ ଲଗାଇ ପାରିବେ ନାହିଁ। ତେଣୁ ୨୦୧୬ରେ ସେ ସ୍କୁଲ୍‌ରେ ତା’ର ନାମ ଲେଖା ହୋଇ ପାରି ନ ଥିଲା।

ଭିକ୍ଟୋରିଆନ୍‌ ସିଭିଲ୍‌ ଆଣ୍ଡ୍‌ ଆଡ୍‌ମିନିଷ୍ଟ୍ରାଟିଭ୍‌ ଟ୍ରିବ୍ୟୁନାଲ୍‌ ତା’ ପିତାମାତଙ୍କ ସପକ୍ଷରେ ରାୟ ଦେଇଛନ୍ତି। ସ୍କୁଲ୍‌ ସିଦ୍ଧିକଙ୍କ କ୍ଷେତ୍ରରେ ବାଛବିଚାର କରିଛି ବୋଲି ଟ୍ରିବ୍ୟୁନାଲ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe