ଅଷ୍ଟ୍ରେଲିଆ ଭାରତକୁ ଫେରାଇବ ତିନିଟି ପ୍ରାଚୀନ କଳାକୃତି

Advertisment
ଅଷ୍ଟ୍ରେଲିଆ ଭାରତକୁ ଫେରାଇବ ତିନିଟି ପ୍ରାଚୀନ କଳାକୃତି

India Today

କାନବେରା: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ୨୦୨୦ରେ ଭାରତଗସ୍ତ ସମୟରେ ସଂସ୍କୃତିର ମହତ୍ତ୍ୱ ରଖୁଥିବା ଭାରତର ତିନିଟି କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିକୁ ଭାରତକୁ ଫେରାଇ ଦେବେ ବୋଲି ଅଷ୍ଟ୍ରେଲିଆ ସରକାର ବୁଧବାର ଘୋଷଣା କରିଛନ୍ତି। ଏହି ତିନିଟି ମୂର୍ତ୍ତି ଢ଼େର ବର୍ଷ ଧରି ଅଷ୍ଟ୍ରେଲିଆରେ ରହିଥିଲା।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରକାଶ ଯେ, ଭାରତର ଯେଉଁ ତିନିଟି  ମୂର୍ତ୍ତିକୁ ଫେରାଇବା ପାଇଁ ନିଷ୍ପତ୍ତି କରାଯାଇଛି, ସେଗୁଡ଼ିକ ମଧ୍ୟରେ ରାଜସ୍ଥାନ କିମ୍ବା ମଧ୍ୟପ୍ରଦେଶର ଦ୍ୱାରପାଲଙ୍କ ( ୧୫ତମ ଶତାବ୍ଦୀ) ଏକ ଯୋଡି ରହିଛି। ଅନ୍ୟଟି ନାଗରାଜ (ଷଷ୍ଠରୁ ଅଷ୍ଟମ ଶତାବ୍ଦୀ) ମୂର୍ତ୍ତି ବୋଲି କୁହାଯାଉଛି।

publive-image The Economic Times

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣକୁ ସ୍ୱୀକାର କରି ସ୍କଟ ମୋରିସନ କହିଥିଲେ କି, ଆଗାମୀ ବର୍ଷ ଜାନୁଆରିରେ ସେ ଭାରତ ଆସିବେ। ତେବେ ମୂର୍ତ୍ତି ଫେରାଇବା ଏକ ସଠିକ ନିଷ୍ପତ୍ତି ବୋଲି କହିବା ସହିତ ଏହା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ ଏକ ଦୃଢ଼ ସମ୍ପର୍କର ସଙ୍କେତ ବୋଲି ମୋରିସନ୍‌ କହିଛନ୍ତି।

ଭାରତର ଏହି ତିନିଟି କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିକୁ ନ୍ୟାସନାଲ ଗ୍ୟାଲେରି ଅଫ୍‌ ଅଷ୍ଟ୍ରେଲିଆରେ ରଖାଯାଇଛି। ଏହା ଉପରେ ବ୍ୟାପକ ଗବେଷଣା ପରେ ଅଷ୍ଟ୍ରେଲିଆ ସ୍ୱଇଚ୍ଛାରେ ଏହି ତିନିଟି ମୂର୍ତ୍ତିକୁ ଭାରତକୁ ଫେରାଇ ଦେବ ବୋଲି ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe