ଟସ୍ ଜିତିଲା ଅଷ୍ଟ୍ରେଲିଆ: ପ୍ରଥମେ ବୋଲିଂ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଚତୁର୍ଥ ମ୍ୟାଚ୍ ଲାହୋରରେ ଶନିବାର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଦୁଇଟି ଦଳ ଗ୍ରୁପ୍ ‘ବି’ରେ ରହିଛନ୍ତି। ଏହା ଗ୍ରୁପ୍ ‘ବି’ର ଦ୍ୱିତୀୟ ମ୍ୟାଚ୍...

ଅଦ୍ୟତନ ହୋଇଛି
Australia win the toss: bowling first

Australia win the toss: bowling first

ଲାହୋର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଚତୁର୍ଥ ମ୍ୟାଚ୍ ଲାହୋରରେ ଶନିବାର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଦୁଇଟି ଦଳ ଗ୍ରୁପ୍ ‘ବି’ରେ ରହିଛନ୍ତି। ଏହା ଗ୍ରୁପ୍ ‘ବି’ର ଦ୍ୱିତୀୟ ମ୍ୟାଚ୍। ଏହି ଗ୍ରୁପ୍‌ର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଜିତିଥିଲା।

ଅଷ୍ଟ୍ରେଲିଆ ଦଳ ଷ୍ଟିଭ୍ ସ୍ମିଥ୍‌ଙ୍କ ଅଧିନାୟକତ୍ୱରେ ଟସ୍ ଜିତି ପ୍ରଥମେ ବ‌ୋଲିଂ କରିବାକୁ ନିଷ୍ପତ୍ତି ନେଇଛି।  ଇଂଲଣ୍ଡ ଦଳ ଅଧିନାୟକ ଜୋସ୍ ବଟଲରଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ଅଷ୍ଟ୍ରେଲିଆ ଦଳର ବୋଲିଂ ଆକ୍ରମଣରେ ଆଡାମ ଜାମ୍ପା ସବୁଠାରୁ ଅଭିଜ୍ଞ ଖେଳାଳି। ଦଳର ଅନେକ ଅଭିଜ୍ଞ ଖେଳାଳି ଆଘାତ ଯୋଗୁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି। 

ଅଧିକ ପଢ଼ନ୍ତୁ: ସରିଆସୁଛି ମହାକୁମ୍ଭ: ଛୁଟିଦିନରେ ଭିଡ଼ ବଢୁଛି, ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି...

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ଭାରତ ବିପକ୍ଷରେ ଏକ ଦିନିକିଆ ସିରିଜ୍ ଖେଳିଥିଲା। କିନ୍ତୁ ଏଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତଥାପି, ବଟଲର୍‌ଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଭାରତକୁ କଡ଼ା ମୁକାବିଲା ଦେଇଥିଲା। ଏବେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି।

ଅଧିକ ପଢ଼ନ୍ତୁ: କିଟର ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗ, ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି: ଆଇନ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe