ସାଙ୍ଗ ଗୋଡ଼ରେ ଗୁଡ଼ାଇ ହୋଇଗଲା ସାପ; ଖୋଲୁଥିବା ଆର ସାଙ୍ଗକୁ ଦଂଶି ଜୀବନ ନେଲା ସାପ

Advertisment
ସାଙ୍ଗ ଗୋଡ଼ରେ ଗୁଡ଼ାଇ ହୋଇଗଲା ସାପ; ଖୋଲୁଥିବା ଆର ସାଙ୍ଗକୁ ଦଂଶି ଜୀବନ ନେଲା ସାପ

ନୂଆଦିଲ୍ଲୀ: ଜଣେ ସାଙ୍ଗ ଗୋଡ଼ରେ ଗୁଡ଼ାଇ ହୋଇଯାଇଥିବା ଗୋଟାଏ ବିଷଧର ସାପକୁ ଖୋଲୁଥିବା ବ‌େଳେ ଅଷ୍ଟ୍ରେଲିଆରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ତା’ର ଦଂଶନରେ ପ୍ରାଣ ହରାଇଥିବା କଥା ‘ଦି ଗାର୍ଡିଆନ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି।

ଶନିବାର ଦିନ କେନ୍ଦ୍ରୀୟ କୁଇନ୍‌ସ୍‌ଲାଣ୍ଡ୍‌ରେ ‘କୌମାଲା ଷ୍ଟେଟ୍‌ ସ୍କୁଲ୍‌’ର ଶତବାର୍ଷିକୀ ଉତ୍ସବରେ ଦୁଇ ସାଙ୍ଗ ଯୋଗ ଦେଇଥିବା ବେଳେ ଏମିତି ଦୁଃଖଦ ଘଟଣା ଘଟିଥିଲା।

publive-image Image Courtesy of 7News

ରିପୋର୍ଟରେ ଉଲ୍ଲେଖ ଅଛି, ସାଙ୍ଗ ଗୋଡ଼ରେ ସାପଟିଏ ଗୁଡ଼ାଇ ହୋଇଯାଇଥିବା ଦେଖି ସାଥିରେ ଥିବା ୬୯ ବର୍ଷିୟ ଆର ସାଙ୍ଗଟି ତାହାକୁ ଖୋଲିବାକୁ ଚେଷ୍ଟା କଲେ। ମାତ୍ର ସେ ସାପଟି ତାଙ୍କ ଛାତି ଓ ବାହୁରେ ଏକାଧିକ ବାର ଚୋଟ ମାରିବାରୁ ତାଙ୍କର ହୃଦ୍‌ଘାତ ହୋଇଗଲା। ତାଙ୍କୁ ବଞ୍ଚାଇବା ପାଇଁ ‘ପାରାମେଡିକ୍’ ଓ ଅନ୍ୟମାନେ ଅନେକ ଉଦ୍ୟମ କଲେ କିନ୍ତୁ, ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା।

publive-image Image Courtesy of NDTV

ଗୋଡ଼ରେ ସାପ ଗୁଡ଼ାଇ ହୋଇଥିବା ବ୍ୟକ୍ତିଜଣଙ୍କୁ ମଧ୍ୟ ସାପ ଦଂଶିଥିଲା। କିନ୍ତୁ, ତାଙ୍କୁ ତୁରନ୍ତ ‘ମେକେ ବେସ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଗଲା। ଏବେ ତାଙ୍କ ଅବସ୍ଥା ଭଲ ଅଛି।

ସେମାନଙ୍କୁ କି ସାପ ଦଂଶନ କରିଥିଲା ଜଣାପଡ଼ି ନ ଥିଲେ ବି, ଲକ୍ଷଣରୁ ଅନୁମାନ କରି ଡାକ୍ତରମାନେ କହୁଛନ୍ତି, ସମ୍ଭବତଃ ତାହା ଗ‌ୋଟାଏ ଉତ୍କଟ ବିଷଧର ‘ଇଷ୍ଟର୍ଣ୍ଣ ବ୍ରାଉନ୍‌ ସ୍ନେକ୍‌’ ହୋଇଥିବ।

‘ନିଉଜ୍ଉଇକ୍‌’ ରିପୋର୍ଟ ଅନୁସାରେ, ସେ ସାପର ସ୍ନାୟୁରେ ଚରିଯିବା ଭଳି ଉତ୍କଟ ବିଷ ଥାଏ। ଯାହା ଦଂଶିତ ବ୍ୟକ୍ତିର ହୃଦ୍‌ପିଣ୍ଡର, ଫୁସ୍‌ଫୁସ୍‌ ଆଦିର ସ୍ନାୟୁକୁ ଅକାମିକା କରିପକାଏ। ଶେଷରେ ସେ ବ୍ୟକ୍ତି ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe