ସାର୍କ ଆକ୍ରମଣରେ ମଲା ଡଲ୍‌ଫିନ୍‌ଙ୍କ ମେଳରେ ପହଁରିବାକୁ ନଦୀକୁ ଡେଇଁଥିବା ୧୬ ବର୍ଷୀୟ ବାଳିକା

Advertisment
ସାର୍କ ଆକ୍ରମଣରେ ମଲା ଡଲ୍‌ଫିନ୍‌ଙ୍କ ମେଳରେ ପହଁରିବାକୁ ନଦୀକୁ ଡେଇଁଥିବା ୧୬ ବର୍ଷୀୟ ବାଳିକା

Image Courtesy of India Today

ପର୍ଥ: ଶନିବାର ଅପରାହ୍ଣରେ ପଶ୍ଚିମ ଅଷ୍ଟ୍ରେଲିଆର ଉତ୍ତର ଫ୍ରିମାଣ୍ଟଲ୍‌ ଉପନଗରୀ ପର୍ଥରେ ପ୍ରବାହିତ ସ୍ବାନ୍‌ ନଦୀରେ ପହଁରୁଥିବା ବେଳେ ଜଣେ ବାଳିକାର ସାର୍କ ଆକ୍ରମଣରେ ଜଣେ ୧୬ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି।

ଫ୍ରିମାଣ୍ଟଲ୍‌ ଜିଲ୍ଲା ପୁଲିସ ଅଧିକାରୀ ପଲ୍‌ ରବିନ୍‌ସନ୍‌ଙ୍କ କହିବା ଅନୁସାରେ, ଆଖପାଖରେ ଥିବା ଡଲ୍‌ଫିନ୍‌ମାନଙ୍କ ସହିତ ପହଁରିବା ଲାଗି ଝିଅଟି ନଦୀକୁ ଡେଇଁବା ପରେ ଗୋଟାଏ ଅଜ୍ଞାତ ପ୍ରଜାତିର ସାର୍କ ଆକ୍ରମଣ କରି ତାକୁ ପାଣିତଳକୁ ନେଇଯାଇଥିଲା।

ବାଳିକାଟି ଅନ୍ୟମାନଙ୍କ ସହିତ ଗୋଟାଏ ‘ଜେଟ୍‌ ସ୍କିଜ୍‌’ରେ ନୌବିହାର କରୁଥିବା ବ‌େଳେ ହୁଏ ତ ପାଖରେ ପଲେ ଡଲ୍‌ଫିନ୍‌କୁ ଦେଖିଥିଲା। ସେମାନଙ୍କ ମେଳରେ ପହଁରିବା ଲାଗି ସେ ‘ଜେଟ୍‌ ସ୍କିଜ୍‌’ରୁ ପାଣିକୁ ଡେଇଁଥିଲା ବୋଲି ସେ କହିଛନ୍ତି।

publive-image Swan River Image Courtesy of Guardian

ସାଙ୍ଘାତିକ ଆହତ ଅବସ୍ଥାରେ ସାର୍କ କବଳରୁ ଉଦ୍ଧାର କରାଯାଇଥିବା ବାଳିକାଟିକୁ ବଞ୍ଚାଇବାକୁ ଅନେକ ପ୍ରଚେଷ୍ଟା କରି ବିଫଳପ୍ରଯତ୍ନ ହେବା ପରେ ଘଟଣାସ୍ଥଳରେ ହିଁ ତାକୁ ମୃତ ଘୋଷିତ କରାଯାଇଥିଲା।

ଘଟଣାକୁ ଅତି ହୃଦୟବିଦାରକ ବୋଲି ବର୍ଣ୍ଣନା କରି ସାମ୍ବାଦିକ ସମ୍ମିଳନୀରେ ପଲ୍‌ ରବିନ୍‌ସନ୍‌ କହିଛନ୍ତି, ଘଟଣା ସଂକ୍ରାନ୍ତରେ ଏବେ ଆମ ପାଖରେ ଅତି ସ୍ବଳ୍ପ ସୂଚନା ଅଛି। ନଦୀରେ ସେ ତା’ର ସାଥୀମାନଙ୍କ ସହିତ ଥିଲା ବୋଲି ଆମକୁ କୁହାଯାଇଛି। ଘଟଣା ଘଟିବା ସମୟରେ ଝିଅଟିର ପରିବାର କୌଣସି ସଦସ୍ୟ ଏଠାରେ ଉପସ୍ଥିତ ନ ଥିଲେ। ଏ ଖବର ଶୁଣି ଝିଅର ସେମାନେ ମ୍ରିୟମାଣ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe