ସଞ୍ଜୟ ରାଉତ ଝୁକେଗା ନେହିଁ, ଶିବସେନା ଛୋଡେଗା ନେହିଁ; ଇଡି ଅଟକ ରଖିବା ପରେ କହିଲେ ସଞ୍ଜୟ ରାଉତ

ସଞ୍ଜୟ ରାଉତଙ୍କ ବାସଭବନରୁ ୧୧.୫୦ ଲକ୍ଷ ଟଙ୍କା ଜବତ କଲା ଇଡି

ସଞ୍ଜୟ ରାଉତ ଝୁକେଗା ନେହିଁ, ଶିବସେନା ଛୋଡେଗା ନେହିଁ; ଇଡି ଅଟକ ରଖିବା ପରେ କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ମୁମ୍ବାଇର ପତ୍ରା ‘ଚଲ୍‌’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ନେଇ ଆଜି ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି। ସଞ୍ଜୟ ରାଉତଙ୍କ ବାସଭବନରୁ ୧୧.୫୦ ଲକ୍ଷ ଟଙ୍କା ଇଡି ଜବତ କରିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ 'ସଞ୍ଜୟ ରାଉତ ଝୁକେଗା ନେହିଁ, ଶିବସେନା ଛୋଡେଗା ନେହିଁ' ବୋଲି କହିଛନ୍ତି ସଞ୍ଜୟ ରାଉତ।

ସଞ୍ଜୟ ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, "ଲୋକଙ୍କୁ ମାଡ ମାରି ମୋ ବିରୋଧରେ ମିଥ୍ୟା କାଗଜପତ୍ର କିପରି ତିଆରି କରାଯାଉଛି, ତାହା ମୁଁ ଜାଣିପାରୁଛି। ଏହା କେବଳ ଶିବସେନାକୁ ଦୁର୍ବଳ କରିବା ପାଇଁ ଏହା କରାଯାଉଛି। ଶିବସେନା ଦୁର୍ବଳ ହେବ ନାହିଁ। ସଞ୍ଜୟ ରାଉତ ନତମସ୍ତକ ହୋଇ ଶିବସେନା ଛାଡିବେ ନାହିଁ"।

ଏହା ପରେ ସେ ଏକ ଟୁଇଟ୍ ମଧ୍ୟ କରିଥିଲେ। ଏହି ଟୁଇଟ୍ ରେ ସେ ଲେଖିଥିଲେ ଯେ "ଆପଣ ସେହି ବ୍ୟକ୍ତିଙ୍କୁ ପରାସ୍ତ କରିପାରିବେ ନାହିଁ ଯିଏ କେବେ ହାର ମାନେ ନାହିଁ। ଝୁକେଙ୍ଗ ନେହିଁ। ଜୟ ମହାରାଷ୍ଟ୍ର।

ତେବେ ସଞ୍ଜୟ ରାଉତଙ୍କୁ ଅଟକ ରଖିବା ପୂର୍ବରୁ ଇଡି ଦୁଇଥର ସଞ୍ଜୟଙ୍କୁ ପଚରାଉଚରା ପାଇଁ ଡକାଇଥିଲେ ବି ରାଉତ ଥରେ ବି ହାଜର ହୋଇନଥିଲେ। ଏହାକୁ ଦେଖି ଇଡି ଅଧିକାରୀମାନେ ରବିବାର ସକାଳ ପ୍ରାୟ ୭ଟାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ।

ଇଡି ଅଧିକାରୀ ପହଞ୍ଚିବା ପରେ ଆଜି ସକାଳେ ମରାଠୀ ଭାଷାରେ ଟୁଇଟ୍‌ କରି ସଞ୍ଜୟ ଲେଖିଥିଲେ ଯେ, କ‌ୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ। ‘ଶିବସେନା’ ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କ ରାଣ ଖାଇ ମୁଁ ଏକଥା କହୁଛି। ବାଲାସାହେବ ଆମକୁ ସଂଗ୍ରାମ କରିବା ଶିଖାଇଥିଲେ। ମୁଁ ‘ଶିବସେନା’ ପାଇଁ ଲଢ଼ିବି। ଅକାରଣ କାର୍ଯ୍ୟାନୁଷ୍ଠାନ। ମିଥ୍ୟା ପ୍ରମାଣ। ମୁଁ ‘ଶିବସେନା’ ଛାଡ଼ିବି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe