ପଦ୍ମଶ୍ରୀ ଅମିତାଭ ଘୋଷ ପାଇବେ ଚଳିତ ବର୍ଷର ଜ୍ଞାନପୀଠ ପୁରସ୍କାର

ପଦ୍ମଶ୍ରୀ ଅମିତାଭ ଘୋଷ ପାଇବେ ଚଳିତ ବର୍ଷର ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ଇଂରାଜୀ ଭାଷାରେ ଲେଖୁଥିବା ଖ୍ୟାତନାମା ଲେଖକ ତଥା ଔପନ୍ୟାସିକ ଅମିତାଭ ଘୋଷଙ୍କୁ ଚଳିତ ବର୍ଷର ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୨୦୧୮ ପାଇଁ ପ୍ରଦାନ କରାଯିବାକୁ ଥିବା ଜ୍ଞାନପୀଠ ପୁରସ୍କାର, ଲେଖକ ଅମିତାଭ ଘୋଷଙ୍କୁ ପ୍ରଦାନ କରାଯିବ ବୋଲି ଆଜି (ଶୁକ୍ରବାର) ଜ୍ଞାନପୀଠ ଚୟନ କମିଟିର ଅଧ୍ୟକ୍ଷା ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ଘୋଷଣା କରିଛି।

ପୂର୍ବରୁ ପଦ୍ମଶ୍ରୀ ଓ ସାହିତ୍ୟ ଅକାଦେମି ସମ୍ମାନରେ ସମ୍ମାନିତ ହୋଇ ସାରିଥିବା ଖ୍ୟାତନାମା ଲେଖକ ଅମିତାଭ ଘୋଷଙ୍କୁ ତାଙ୍କର ସାମଗ୍ରିକ ସାହିତ୍ୟ କୃତି ପାଇଁ ଚଳିତ ବର୍ଷର ଜ୍ଞାନପୀଠ ପୁରସ୍କାର ନିମନ୍ତେ ମନୋନୀତ କରିଛି ଚୟନ କମିଟି। ‘ସ୍ୟାଡୋ ଲାଇନସ୍‌’, ‘ଦ ଗ୍ଲାସ୍‌ ପ୍ୟାଲେସ୍‌’, ‘ଦ ହଙ୍ଗ୍ରୀ ଟାଇଡ୍‌’ ପ୍ରମୁଖ ବହୁ ଚର୍ଚ୍ଚିତ ଓ ବହୁ ପଠିତ ଉପନ୍ୟାସର ସଫଳ ଔପନ୍ୟାସିକ ହେଉଛନ୍ତି ଅମିତାଭ ଘୋଷ।

ଗତାନୁଗତିକ ଧାରାରେ ଉପନ୍ୟାସ ରଚନା ନକରି ଏକ ଅଭିନବ ନୂତନ ଶୈଳୀରେ ସେ ତାଙ୍କ ଉପନ୍ୟାସଗୁଡ଼ିକୁ ରଚନା କରିଛନ୍ତି। ତାଙ୍କ ଉପନ୍ୟାସଗୁଡ଼ିକରେ ଐତିହାସିକ ପୃଷ୍ଠଭୂମିରେ ସେ ଆଧୁନିକ ଯୁଗକୁ ଦର୍ଶାଇବା ସହ ଅତୀତକୁ ବର୍ତ୍ତମାନ ସହ ଯୋଡ଼ି ଏକ ନୂତନ ଧାରାରେ ସେ ତାଙ୍କ ଉପନ୍ୟାସଗୁଡ଼ିକୁ ରଚନା କରିଛନ୍ତି। ଯେଉଁ କାରଣ ପାଇଁ ତାଙ୍କ ଉପନ୍ୟାସଗୁଡ଼ିକ ଗତାନୁଗତିକ ଉପନ୍ୟାସ ଠାରୁ ଭିନ୍ନ ହେବା ସହ ପାଠକୀୟ ଆଦୃତି ଲାଭ କରିବାରେ ସମର୍ଥ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe