ଅଭିନନ୍ଦନଙ୍କୁ ଅଭିନନ୍ଦନ: ଓ୍ଵାଘା ସୀମାରେ ପହଞ୍ଚିଲେ ବୀର ପାଇଲଟ୍‌, ଦେଶରେ ଖୁସିର ମାହଲ

Advertisment
ଅଭିନନ୍ଦନଙ୍କୁ ଅଭିନନ୍ଦନ: ଓ୍ଵାଘା ସୀମାରେ ପହଞ୍ଚିଲେ ବୀର ପାଇଲଟ୍‌, ଦେଶରେ ଖୁସିର ମାହଲ

ଓ୍ଵାଘା: ଦୀର୍ଘ ଦୁଇ ଦିନ ହେବ ପାକିସ୍ତାନୀମାନଙ୍କ ଗହଣରେ ରହି ଶେଷରେ ଦେଶକୁ ଫେରିଛନ୍ତି ଭାରତୀୟ ବାୟୁ ସେନାର ବୀର ପାଇଲଟ୍‌ ସ୍କ୍ଵାଡନ୍‌ ଲିଡର୍‌ ଅଭିନନ୍ଦନ ବର୍ତମାନ। ପାକିସ୍ତାନ ନାଭାଲ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ଭିତରେ ଅଭିନନ୍ଦନଙ୍କୁ ଅଣାଯାଇ ପଞ୍ଜାବର ଓ୍ଵାଘା ସୀମା ଚେକ୍‌ପୋଷ୍ଟ୍‍ରେ ପହଞ୍ଚାଯାଇଛି। ବର୍ତ୍ତମାନ ଆନୁଷ୍ଠାନିକ ଭାବେ ପାକ୍‌ କର୍ତ୍ତୃପକ୍ଷ ଭାରତକୁ ତାଙ୍କୁ ହସ୍ତାନ୍ତର କିରିବେ। ବୀର ପାଇଲଟ ଅଭିନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ବାୟୁସେନା ଏୟାର ଭାଇସ୍‌ ମାର୍ସାଲ ଆର୍‌ଜିକେ କପୁର ଓ ଅନ୍ୟ ବରିଷ୍ଠ ଅଧିକାରୀ ଓ୍ଵାଘା ସୀମାରେ ଉପସ୍ଥିତ ଅଛନ୍ତି। ଚେନ୍ନାଇରୁ ଆସିଥିବା ତାଙ୍କ ବାପାମାଆ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତ କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବାକୁ ଗତ ୨୭ ତାରିଖ ପୂର୍ବାହ୍ନରେ ସୀମା ପାର୍‌ କରି ଆକ୍ରମଣ ଉଦ୍ୟମ କରିଥିଲେ ପାକିସ୍ତାନୀ ବାୟୁସେନା। ଭାରତ ବି ପାଲଟା ଜବାବ ଦେଇ ପାକିସ୍ତାନର ଏଫ୍‌-୧୬ ବିମାନକୁ ଗୁଳି ମାରି ତଳକୁ ଖସାଇ ଦେଇଥିଲା। ପାକ ବିମାନକୁ ଧ୍ବଂସ କରିବା ଲାଗି ନିଜ ମିଗ ବିମାନ ନେଇ ଆକ୍ରମଣରେ ଯାଇଥିଲେ ସ୍କ୍ଵାଡନ୍‌ ଲିଡର୍‌ ଅଭିନନ୍ଦନ ବର୍ତମାନ। ଦୁର୍ଭାଗ୍ୟବଶତଃ, ତାଙ୍କ ବିମାନରେ ପାକିସ୍ତାନୀ ଗୁଳି ବାଜିଥିଲା। ସେ ପାରାଚୁଟ୍‌ରେ ଓହ୍ଲାଇ ପଡ଼ିଥିଲେ ସତ କିନ୍ତୁ  ପଡ଼ି ଯାଇଥିଲେ ପାକିସ୍ତାନ ସୀମା ଭିତରେ। ଏହାପରେ ପାକିସ୍ତାନ ସେନା ତାଙ୍କୁ ଅଟକ ରଖିଥିଲା। ଗତ ଦୁଇ ଦିନ ଧରି ତାଙ୍କୁ ଅଟକ ରଖିଥିବା ବେଳେ ଭାରତ ସରକାରଙ୍କ ଚାପରେ ମୁଣ୍ଡ ନୁଆଁଇ ଆଜି ସସମ୍ମାନେ ସ୍କ୍ଵାଡନ୍‌ ଲିଡର୍‌ ଅଭିନନ୍ଦନଙ୍କୁ ଦେଶକୁ ଫେରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe