ଭାରତୀୟଙ୍କୁ ଅନାବଶ୍ୟକ ସିଙ୍ଗାପୁର ଗସ୍ତ କରିବାକୁ ମନା

Advertisment
ଭାରତୀୟଙ୍କୁ ଅନାବଶ୍ୟକ ସିଙ୍ଗାପୁର ଗସ୍ତ କରିବାକୁ ମନା

Clout News

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବ୍ୟାପୁଥିବାରୁ ଭାରତୀୟମାନଙ୍କୁ ସିଙ୍ଗାପୁର ଯିବାପାଇଁ ମନା କରାଯାଇଛି। ନୂଆ ପର୍ଯ୍ୟଟନ ନିର୍ଦ୍ଦେଶାବଳୀରେ ସମସ୍ତ ଭାରତୀୟମାନଙ୍କୁ ଅନାବଶ୍ୟକ ସିଙ୍ଗାପୁର ଗସ୍ତ ପାଇଁ ମନା କରାଯାଇଛି। କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତ୍‌ନାମ ଓ ମାଲେସିଆରୁ ଆସୁଥିବା ଯାତ୍ରୀଙ୍କର ଆସନ୍ତା ସୋମବାରଠାରୁ ବିମାନ ବନ୍ଦର ଗୁଡ଼ିକରେ ଥର୍ମାଲ୍‌ ସ୍କ୍ରିନିଂ କରାଯିବ। ବର୍ତ୍ତମାନ ଚୀନ୍‌, ହଂକଂ, ଥାଇଲାଣ୍ଡ୍‌, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଜାପାନ୍‌ରୁ ଆସୁଥିବା ଯାତ୍ରୀଙ୍କର ୨୧ଟି ବିମାନବନ୍ଦରରେ ଥର୍ମାଲ୍‌ ସ୍କ୍ରିନିଂ କରାଯାଉଥିବାବେଳେ ଆଗକୁ ଏହା ବଢ଼ାଯିବ। କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତା‌ରେ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe