ମୋଦୀଙ୍କ ‘ମୁଜ୍‌ରା’ ଟିପ୍ପଣୀର ଜବାବ ଦେଲେ ଅୱେସୀ: ଚୀନ ଜାଗା ମାଡ଼ି ବସିବାବେଳେ ମୋଦୀ ଡିସ୍‌କୋ ନାଚୁଥିଲେ କି?

Advertisment
ମୋଦୀଙ୍କ ‘ମୁଜ୍‌ରା’ ଟିପ୍ପଣୀର ଜବାବ ଦେଲେ ଅୱେସୀ: ଚୀନ ଜାଗା ମାଡ଼ି ବସିବାବେଳେ ମୋଦୀ ଡିସ୍‌କୋ ନାଚୁଥିଲେ କି?

Image Courtesy of India Today

ନୂଆଦିଲ୍ଲୀ: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମୁଜ୍‌ରା’ ଟିପ୍ପଣୀର କଡ଼ା ଜବାବ ଦେଇଛନ୍ତି। ଡିସ୍‌କୋ, ଭାଙ୍ଗରା ଏବଂ ଭାରତନାଟ୍ୟମ ପରି ଅନ୍ୟ ନୃତ୍ୟ ଶବ୍ଦର ବ୍ୟବହାର କରି ଅୱେସୀ ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ବିହାରର ପାଟଳିପୁତ୍ର ଲୋକସଭା ନିର୍ବାଚନମଣ୍ଡଳୀରେ ମୋଦୀ ଯେଉଁ ସ୍ଥାନରେ ରାଲି କରି ‘ମୁଜ୍‌ରା’ ଟିପ୍ପଣୀ ଦେଇଥିଲେ ଠିକ୍‌ ସେହି ସ୍ଥାନରେ ଅୱେସୀ ଏକ ନିର୍ବାଚନ ରାଲି କରି ମୋଦୀଙ୍କୁ ଜବାବ ଦେଇଛନ୍ତି। ଅୱେସୀ କହିଛନ୍ତି, ମୋଦୀ ବିରୋଧୀଙ୍କ ବି‌ରୋଧରେ ମୁଜ୍‌ରା ଟିପ୍ପଣୀ ଦେଲେ। ଜଣେ ପ୍ରଧାନମନ୍ତ୍ରୀ କ’ଣ ଏଭଳି ଭାଷା ବ୍ୟବହାର କରିବା ଉଚିତ। ମୋଦୀ ଭାବୁଛନ୍ତି କି ଆମେ ଉତ୍ତର ଦେଇପାରିବୁନି। ଭାରତର ପ୍ରାୟ ୨ ହଜାର ବର୍ଗ କିମି ଅଞ୍ଚଳକୁ ଚୀନ୍‌ ୩ ବର୍ଷ ହେଲା ଅକ୍ତିଆର କରିନେଇଛି।

ମୋଦୀ ସେଥିରେ କିଛି କରିପାରିଲେନି। ତେବେ ମୁଁ ଏକ୍ଷେତ୍ର‌ରେ ଏହା ପଚାରିବାକୁ ଚାହୁଛି ଯେ ମୋଦୀ କ’ଣ ଚୀନ ସହିତ ଡିସକୋ ଡାନ୍ସ କରୁଥିଲେ। ସିଏଏ (ନାଗରିକତା ସଂଶୋଧନ ଆଇନ) ମୁସଲମାନଙ୍କୁ ନାଗରିକତାରୁ ବଞ୍ଚିତ କରିବା ପାଇଁ ଅଣାଯାଇଛି ଏବଂ ମୋଦୀ ଉକ୍ତ ପ୍ରସଙ୍ଗରେ ଭାଙ୍ଗରା କରୁଛନ୍ତି। ସେହିପରି ଧର୍ମ ସଂସଦ ତଥା ହିନ୍ଦୁ ସମ୍ମିଳନୀରେ ଆମ ମୁସଲମାନଙ୍କ ବିରୋଧରେ ବିଶେଷ କରି ଆମ ମା’ ଏବଂ ଭଉଣୀମାନଙ୍କ ବିରୋଧରେ ସବୁ ଅପମାନଜନକ ଟିପ୍ପଣୀ ଦିଆଯାଉଛି। କିନ୍ତୁ ମୋଦୀ ଏହି ପ୍ରସଙ୍ଗରେ ଭାରତନାଟ୍ୟମ କରୁଛନ୍ତି। ଅୱେସୀ ପୁଣିଥରେ କହିଛନ୍ତି, ମୋଦୀ ଏବେ କହୁଛନ୍ତି ସେ ମଣିଷ ନୁହନ୍ତି। ତେବେ ମୋଦୀଙ୍କର ଆଉ ଗୋଟିଏ କଥା ବାକି ରହିଲା ଯେ ସେ ହେଉଛନ୍ତି ଭଗବାନ ଏବଂ ତାଙ୍କୁ ପୂଜା ପାଇବା ପାଇଁ ଯୋଗ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe