ଭାରତ-ପାକ ମଧ୍ୟରେ ଦ୍ୱି-ପାକ୍ଷିକ କଥାବାର୍ତ୍ତା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

Advertisment
ଭାରତ-ପାକ ମଧ୍ୟରେ ଦ୍ୱି-ପାକ୍ଷିକ କଥାବାର୍ତ୍ତା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଥିବା ଜାଣିବାକୁ ମିଳିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ତାଙ୍କ ପତ୍ରରେ ଦୁଇ ପଡ଼ୋଶୀ ଦେଶ ଭାରତ-ପାକ୍‌ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବାକୁ ଆଗ୍ରହୀ ଥିବା ଉଲ୍ଲେଖ କରିବା ସହ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ସ୍ତରରେ ଦ୍ୱିପାକ୍ଷିକ କଥାବାର୍ତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଚଳିତ ମାସ ଶେଷ ଆଡ଼କୁ ଆୟୋଜିତ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନା କରିବାକୁ ମଧ୍ୟ ନିଜ ପତ୍ରରେ ପ୍ରସ୍ତାବ ଦେଇଛନ୍ତି ଇମ୍ରାନ।

publive-image

ତେବେ, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ପତ୍ର ଉପରେ ଭାରତ ପକ୍ଷରୁ ଅଦ୍ୟାବଧି କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ସୀମାନ୍ତରେ ପାକିସ୍ତାନ ବାରମ୍ଭାର ଅଶାନ୍ତି ସୃଷ୍ଟି କରୁଥିବାରୁ ଏକାସାଙ୍ଗରେ ଆତଙ୍କବାଦ ଓ ଆଲୋଚନା ସମ୍ଭବ ନୁହେଁ ବୋଲି ପୂର୍ବରୁ ବାରମ୍ବାର କହିଆସିଛନ୍ତି ଭାରତ ସରକାର। ତେଣୁ, ଏ ପରିସ୍ଥିତରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ପତ୍ର ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ପ୍ରତିକ୍ରିୟା ରଖୁଛନ୍ତି ତା’ ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe