ଦଳର ନିଷ୍ପତ୍ତିକୁ ଅପେକ୍ଷା କରିଛି: ୟେଦୁରପ୍ପା

Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ପ୍ରଶଂସନୀୟ: ନଡ୍ଡା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ପ୍ରଶଂସନୀୟ: ନଡ୍ଡା

ଦଳର ନିଷ୍ପତ୍ତିକୁ ଅପେକ୍ଷା କରିଛି: ୟେଦୁରପ୍ପା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଭିତରେ ଆଜି ବିଜେପି ସଭାପତି ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ବିକାଶମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। କର୍ଣ୍ଣାଟକ ସବୁ କ୍ଷେତ୍ରରେ ପ୍ରଗତି କରୁଛି ଏବଂ ଏହା ୟେଦୁରପ୍ପାଙ୍କ ସଠିକ୍‌ ନେତୃତ୍ବ ପାଇଁ ସମ୍ଭବ ହୋଇପାରିଛି ବୋଲି ନଡ୍ଡା ଗୋଆରେ ସାମ୍ବାଦିକଙ୍କୁ କହିଛନ୍ତି। ତେବେ ଜୁଲାଇ ୨୬ ତାରିଖ ହିଁ ମୁଖ୍ୟମନ୍ତ୍ରୀ ଭାବେ ମୋର ଶେଷ କାର୍ଯ୍ୟଦିବସ ହୋଇପାରେ ବୋଲି ୟେଦୁରପ୍ପା ଗତକାଲି ବୟାନ ଦେଇଥିବା ବେଳେ ଆଜି ନଡ୍ଡାଙ୍କ ବୟାନ ଏ ନେଇ ଲାଗି ରହିଥିବା ସସ୍‌ପେନ୍ସକୁ ବଢ଼ାଇ ଦେଇଛି।

ଆଜି ମଧ୍ୟ ୟେଦୁରପ୍ପା କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଭାବେ ରହିବେ କିମ୍ବା ବଦଳିବେ ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ ଏବଂ ଏ ବାବଦରେ ସେ ଦଳର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ରାଜ୍ୟରେ ୟେଦୁରପ୍ପାଙ୍କ ସ୍ଥାନରେ ଜଣେ ଦଳିତ ନେତା ମୁଖ୍ୟମନ୍ତ୍ରୀ ହେବେ କି ବୋଲି ଏକ ପ୍ରଶ୍ନରେ ୟେଦୁରପ୍ପା କହିଛନ୍ତି, ଏ ବାବଦରେ ମୁଁ କିଛି ନିଷ୍ପତ୍ତି ନେଇପାରିବି ନାହିଁ କି ଏଥିରେ ମୋର କିଛି ଭୂମିକା ରହିବ ନାହିଁ। ହାଇକମାଣ୍ଡ ଖୁବ୍‌ଶୀଘ୍ର ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ବୋଲି ୟେଦୁରପ୍ପା କହିଛନ୍ତି। ବିଜେପି ମତେ ବହୁତ କିଛି ଦେଇଛି ଏବଂ ଦଳର ସମସ୍ତ ଗୁରୁତ୍ବପୂର୍ଣ୍ଣ ପଦରେ ମୁଁ କାର୍ଯ୍ୟ ସଂପାଦନ କରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଦଳ ସଭାପତି ଜେପି ନଡ୍ଡାଙ୍କଠାରେ ମୁଁ କୃତଜ୍ଞ ବୋଲି ୟେଦୁରପ୍ପା ହିଛନ୍ତି। ସୂଚନାଯୋଗ୍ୟ, ୟେଦୁରପ୍ପାଙ୍କ ସରକାରର ଆସନ୍ତାକାଲି ୨ ବର୍ଷ ପୂର୍ତ୍ତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe