ଆନ୍ଦୋଳନ ସମର୍ଥନରେ ‘ଆୱାର୍ଡ ୱାପ୍‌ସି ଅଭିଯାନ’ ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂହ ବାଦଲ

Advertisment

ସୁଖଦେବ ସିଂହ ଧିଣ୍ଡ୍‌ସା ଫେରାଇଲେ ପଦ୍ମଭୂଷଣ

ସୁଖଦେବ ସିଂହ ଧିଣ୍ଡ୍‌ସା ଫେରାଇଲେ ପଦ୍ମଭୂଷଣ

ଆନ୍ଦୋଳନ ସମର୍ଥନରେ ‘ଆୱାର୍ଡ ୱାପ୍‌ସି ଅଭିଯାନ’ ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂହ ବାଦଲ

OpIndia

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସମର୍ଥନରେ ଦେଶରେ ଆରମ୍ଭ ହୋଇଛି ‘ଆୱାର୍ଡ ୱାପ୍‌ସି’ ଅଭିଯାନ। ଆଜି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ‘ପଦ୍ମ ବିଭୂଷଣ’ ପୁରସ୍କାର ଫେରାଇ ଦେଇଛନ୍ତି। ଚାଷୀ ଆନ୍ଦୋଳନ ସହ ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗ ଯୋଡ଼ାଯିବା ଘଟଣାରେ ମର୍ମାହତ ହୋଇ ସେ ପୁରସ୍କାର ଫେରାଉଛନ୍ତି ବୋଲି ପ୍ରକାଶ ସିଂହ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ସୂଚନା‌ଯୋଗ୍ୟ, ୨୦୧୫ ମସିହାରେ ପ୍ରକାଶ ସିଂହ ବାଦଲ ପଦ୍ମବିଭୂଷଣ ପୁରସ୍କାର ପାଇଥିଲେ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦେଶର ଚାଷୀଙ୍କ ପାଇଁ ବଡ଼ ପ୍ରତାରଣା ବୋଲି ବାଦଲ କହିଛନ୍ତି।

ସେହିଭଳି ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜ୍ୟସଭା ସାଂସଦ ତଥା ‘ଶିରୋମଣି ଅକାଳୀ ଦଳ (ଡେମୋକ୍ରାଟିକ୍‌)’ର ମୁଖ୍ୟ ସୁଖଦେବ ସିଂହ ଧିଣ୍ଡ୍‌ସା ମଧ୍ୟ ପଦ୍ମଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି। ସେହିଭଳି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆହୁରି ଅନେକ ପ୍ରତିଭା ସେମାନଙ୍କ ପୁରସ୍କାର ଫେରାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ହକି ତାରକା ଅର୍ଜୁନ ପୁରସ୍କାର ବିଜେତା ସଜ୍ଜନ ସିଂହ ଚିମ୍ମା ଏବଂ ଗୁର୍‌ମେଲ ସିଂହ ଅର୍ଜୁନ ପୁରସ୍କାର ଫେରାଇ ଦେବାକୁ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe