ଓଡ଼ିଶାକୁ ଶ୍ରେଷ୍ଠ ପ୍ରଜ୍ଞାପନ ମେଢ଼ ପୁରସ୍କାର ପ୍ରଦାନ

ଓଡ଼ିଶାକୁ ଶ୍ରେଷ୍ଠ ପ୍ରଜ୍ଞାପନ ମେଢ଼ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଦିଲ୍ଲୀ କର୍ତ୍ତବ୍ୟପଥର ୭୫ତମ ସାଧାରଣତନ୍ତ୍ର ଦିବସ ପରେଡରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ବର୍ଗରେ ବିଚାରକମଣ୍ଡଳୀ ଦ୍ବାରା ଶ୍ରେଷ୍ଠ ବିବେଚିତ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଆଜି ପୁରସ୍କୁତ କରାଯାଇଛି। ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ଠାରୁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢ଼ର ଶିଳ୍ପୀ କୀର୍ତ୍ତି କିଶୋର ମହାରଣା ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ସ୍ବରୂପ ଓଡ଼ିଶାକୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର ମିଳିବା ସହିତ ଗତ ତିନି ମାସ ବ୍ୟବଧାନରେ ଓଡ଼ିଶାକୁ ଜାତୀୟସ୍ତରରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପୁରସ୍କାର ମିଳିଛି। ଏଥି ପୂର୍ବରୁ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍‌-୨୦୨୩)ରେ ଓଡ଼ିଶା ପାଭିଲିୟନକୁ ଶ୍ରେଷ୍ଠ ପାଭିଲିୟନ ରୂପେ ସ୍ବର୍ଣ୍ଣ ପଦକରେ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe