କବିତା ପାଇଁ ମମତାଙ୍କୁ ପୁରସ୍କୃତ କରିବା ବଙ୍ଗୀୟ କବିତାର ସମୃଦ୍ଧ ଐତିହ୍ୟ ପ୍ରତି ଅପମାନ: ‘ବିଜେପି’ ନେତା ସ୍ବପନ ଦାସଗୁପ୍ତା

Advertisment
କବିତା ପାଇଁ ମମତାଙ୍କୁ ପୁରସ୍କୃତ କରିବା ବଙ୍ଗୀୟ କବିତାର ସମୃଦ୍ଧ ଐତିହ୍ୟ ପ୍ରତି ଅପମାନ: ‘ବିଜେପି’ ନେତା ସ୍ବପନ ଦାସଗୁପ୍ତା

Image Courtesy of India Today

ନୂଆଦିଲ୍ଲୀ: ନିରବଚ୍ଛିନ୍ନ ସାହିତ୍ୟ ସାଧାନା ନିମନ୍ତେ ମମତା ବାନାର୍ଜୀଙ୍କୁ ବଙ୍ଗଳା ଏକାଡେମି ପୁରସ୍କାର ପ୍ରଦାନ କରାଯିବା ପରେ ‘ବିଜେପି’ ନେତା ସ୍ବପନ ଦାସଗୁପ୍ତା କହିଛନ୍ତି, କବିତା ପାଇଁ ତାଙ୍କୁ ସମ୍ମାନିତ କରାଯିବା ବଙ୍ଗୀୟ କବିତାର ସମୃଦ୍ଧ ଐତିହ୍ୟ ପ୍ରତି ଅପମାନ।

ଉଲ୍ଲେଖଯୋଗ୍ୟ, ସୋମବାର ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ କବିତା ପୁସ୍ତକ ‘କବିତା ବିତାନ’ ନିମନ୍ତେ ପୁରସ୍କୃତ କରାଯାଇଛି। ଏଥିରେ ମମତା ପଶ୍ଚିମବଙ୍ଗର ଶ୍ରେଷ୍ଠ ଲେଖକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଚଳିତ ବର୍ଷ ସାହିତ୍ୟ ଏକାଡେମି ଏହି ନୂତନ ପୁରସ୍କାର ଆରମ୍ଭ କରିଛି।

publive-image Image Courtesy of ABP Live

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମ୍ମାନିତ କରିବା ନିଷ୍ପତ୍ତିକୁ ସ୍ବପନ ଦାସଗୁପ୍ତ କେତେଗୁଡ଼ିଏ ଟୁଇଟ୍‌ରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ କଳା ଓ ସଂସ୍କୃତି ଏବଂ ଶିକ୍ଷାର ମାତ୍ରାଧିକ ରାଜନୀତିକରଣ ହାସ୍ୟାସ୍ପଦ ଶିଖରରେ ପହଞ୍ଚିଛି। କବିତା ରଚନା ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଙ୍ଗଳା ଏକାଡେମି ପୁରସ୍କାର ପ୍ରଦାନ ନିଷ୍ପତ୍ତି ହେଉଛି ସେହି ଦୁର୍ନୀତିର ଅନ୍ୟତମ ଦୃଷ୍ଟାନ୍ତ ମାତ୍ର। ସୁସ୍ଥ ରାଜନୀତି ଏବଂ ବିବେକାନୁମୋଦିତ ଭାବେ ସମାଜକୁ ରାଜନୀତିକରଣରୁ ଦୂରେଇବା ଆବଶ୍ୟକ।

ସେ କଥା ଛାଡ଼ନ୍ତୁ। ମମତା ଯଦି ରାଜନୈତିକ କ୍ୟାରିୟର୍‌ ବାଛିଲେ ତେବେ ଜଣେ କବି ଅଥବା ଚିତ୍ରକର ହେବା ପାଇଁ ଉଦ୍ୟମ କରିବା ନିର୍ବୋଧତା। ତାଙ୍କ କବିତାକୁ ଯେଉଁମାନେ ପୁରସ୍କାର ପାଇଁ ଅନୁମୋଦନ କଲେ, ତାଙ୍କ କଥା ନ କହିବା ଭଲ ବୋଲି ସେ ଆଉ ଏକ ଟୁଇଟ୍‌ରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe