ମହାକାଶରେ ପହଞ୍ଚିବା ପରେ ଶିଶୁ ଭଳି ଚାଲିବା ଶିଖୁଛି:ଶୁଭାଂଶୁ

ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ମହାକାଶରେ ପହଞ୍ଚି ଯାଇଛନ୍ତି।  ଶୁଭାଂଶୁ ଶୁକ୍ଳା ଭିଡିଓ କଲ୍ କରି କହିଥିଲେ, "ନମସ୍କାର। ମୁଁ ଏବେ ଜିରୋ ଗ୍ରାଭିଟି ବା ଶୂନ୍ୟ ଗୁରୁତ୍ୱାକର୍ଷଣର ଅଭ୍ୟାସ କରୁଛି।

c3649322-be42-412a-b21e-a6dbb10936fa

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସ୍ପେସ୍ ଏକ୍ସର ଆକ୍ସିୟମ୍-୪ ମିଶନରେ ଯାଇ ମହାକାଶରେ ପହଞ୍ଚି ଯାଇଛନ୍ତି। ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚିବା ମାତ୍ରେ ଭିଡିଓ କଲ୍ କରି ତାଙ୍କ ଅଭିଜ୍ଞତା ବିଷୟରେ ବିଶ୍ବକୁ ଜଣାଇଥିଲେ।

ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ମହାକାଶରେ ପହଞ୍ଚି ଯାଇଛନ୍ତି।  ଶୁଭାଂଶୁ ଶୁକ୍ଳା ଭିଡିଓ କଲ୍ କରି କହିଥିଲେ, "ନମସ୍କାର। ମୁଁ ଏବେ ଜିରୋ ଗ୍ରାଭିଟି ବା ଶୂନ୍ୟ ଗୁରୁତ୍ୱାକର୍ଷଣର ଅଭ୍ୟାସ କରୁଛି। ଯେପରି ଜଣେ ଶିଶୁ ଚାଲିବା ଶିଖିଥାଏ କିମ୍ବା ସେ କିପରି ଚାଲିବ ତାହା ଶିଖିବାକୁ ଚେଷ୍ଟା କରିଥାଏ ମୁଁ ଏବେ ସେପରି କରିବାକୁ ଚେଷ୍ଟା କରୁଛି। 

ପ୍ରକୃତ କଥା ହେଲା ମୁଁ ଏହି ମୁହୂର୍ତ୍ତକୁ ବେଶ ଉପଭୋଗ କରୁଛି। ମୋ ସହିତ ଥିବା ତ୍ରିରଙ୍ଗା ସର୍ବଦା ମୋତେ ମନେ ପକାଇ ଦେଉଛି କି ଆପଣମାନେ ସମସ୍ତେ ମୋ ସହିତ ଅଛନ୍ତି। ଏହା ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଏବଂ ଆଗାମୀ ଗଗନଯାନ ମିଶନ ପାଇଁ ଏକ ଦୃଢ଼ ପଦକ୍ଷେପ। ମୁଁ ଚାହୁଁଛି ଯେ ଆପଣମାନେ ସମସ୍ତେ ଏହି ମିଶନର ଗୋଟିଏ ଗୋଟିଏ ଅଂଶ ବୋଲି ଅନୁଭବ କରନ୍ତୁ।''

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe