କରୋନା କଟକଣାକୁ ଫୁ: ପୂର୍ବତନ ମନ୍ତ୍ରୀଙ୍କ ଅନ୍ତିମ ଯାତ୍ରା ସମୟରେ ସାମିଲ ହେଲେ ହଜାର ଲୋକ, ନା ଥିଲା ମାସ୍କ ନା ସାମାଜିକ ଦୂରତା

Advertisment
କରୋନା କଟକଣାକୁ ଫୁ: ପୂର୍ବତନ ମନ୍ତ୍ରୀଙ୍କ ଅନ୍ତିମ ଯାତ୍ରା ସମୟରେ ସାମିଲ ହେଲେ ହଜାର ଲୋକ, ନା ଥିଲା ମାସ୍କ ନା ସାମାଜିକ ଦୂରତା

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବା କୁହାଯାଉଛି। କିନ୍ତୁ ଏବେ କରୋନା ପୂରାପୂରି ଶେଷ ହୋଇନାହିଁ। ମଧ୍ୟପ୍ରଦେଶରେ କିଛିଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମାଙ୍କ ମୃତ୍ୟୁ ହୋଇଯାଇଥିଲା। ବିଦିଶାର ସିରୋଞ୍ଜରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଅନ୍ତିମ ଯାତ୍ରା ସମୟରେ ହଜାରହଜାର ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକଙ୍କ ମୁହଁରେ ନାଥିଲା ମାସ୍କ ନାଥିଲା ସାମାଜିକ ଦୂରତା।

अंतिम संस्कार के दौरान उमड़ी भीड़

ସରକାରଙ୍କ ନିୟମ ଅନୁସାରେ ମଧ୍ୟପ୍ରଦେଶରେ ବର୍ତ୍ତମାନ ସମୟରେ ଅନ୍ତିମ ସଂସ୍କାରରେ କେବଳ ୧୦ଜଣ ସାମିଲ ହେବାର ଅନୁମତି ଅଛି। କିନ୍ତୁ ପୂର୍ବତନ ମନ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ କୋଭିଡ ଗାଇଡଲାଇନର କୌଣସି ପ୍ରକାର ପାଳନ ହେବାର ଦେଖିବା୍କୁ ମିଳି ନଥିଲା। ହଜାର ସଂଖ୍ୟାରେ ଲୋକେ ଲକ୍ଷ୍ମୀକାନ୍ତ ଶର୍ମାଙ୍କୁ ଅନ୍ତିମ ବିଦାୟ ଦେବାରେ ସାମିଲ ହୋଇଥିଲେ।

ଭାରତୀୟ ଜନତ ପାର୍ଟିର ନେତା ଲକ୍ଷ୍ମୀକାନ୍ତ ଶର୍ମାଙ୍କ ମୃତ୍ୟୁ କରୋନାରେ ଆକ୍ରାନ୍ତ ହୋଇ ହୋଇଛି। ମଇ ୧୧ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନ ଧରି ତାଙ୍କର ଚିକିତ୍ସା ପରେ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe