ଆୟୋତୋଲ୍ଲା ଖାମେନିଙ୍କର ୟୁପିର ଏହି ଗାଁ ସହିତ ନିବିଡ଼ ସମ୍ପର୍କ

ଇରାନ-ଇସ୍ରାଏଲ ଯୁଦ୍ଧ ‌ଯୋଗୁ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମେନି ଖବରରେ ଅଛନ୍ତି। ଆୟୋତୋଲ୍ଲା ଖାମେନିଙ୍କ ସମ୍ପର୍କ ଭାରତର ଉତ୍ତରପ୍ରଦେଶ ସହିତ ରହିଛି। ଇରାନର ସୁପ୍ରିମ୍ ଲିଡର ଆୟୋତୋଲ୍ଲା ଅଲି ଖାମେନିଙ୍କ ପୂର୍ବପୁରୁଷମାନେ ଉତ୍ତରପ୍ରଦେଶର ବାରାବାଙ୍କିର ବାସିନ୍ଦାଥିଲେ...

WhatsApp Image 2024-10-04 at 10.02.13 PM

ବାରାବଙ୍କି: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ମୁଖ୍ୟ ହାସନ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଇରାନରୁ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ରକେଟ୍ ମାଡ଼ ହୋଇଥିଲା।  ଏହାଦ୍ବାରା  ଇସ୍ରାଏଲର ବହୁ କ୍ଷତି ହୋଇଛି। ଇରାନ କହିଛି ଯେ ହନିୟା ଏବଂ ହାସନ ନସ୍‌ରଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ଏହି ଆକ୍ରମଣ କରାଯାଇଛି।

ଇରାନ-ଇସ୍ରାଏଲ ଯୁଦ୍ଧ କାରଣରୁ ଇରାନର ସର୍ବୋଚ୍ଚ ନେତା ଅଯାତୁଲ୍ଲା ଅଲି ଖାମେନି  ଖବରରେ ଅଛନ୍ତି।  ଆୟତୋଲ୍ଲା ଅଲି ଖାମେନିଙ୍କ ସମ୍ପର୍କ ମଧ୍ୟ ଉତ୍ତରପ୍ରଦେଶ ସହିତ ରହିଛି। ଇରାନର ସୁପ୍ରିମ୍ ଲିଡର ଆୟୋତୋଲ୍ଲା ଅଲି ଖାମେନିଙ୍କ ପୂର୍ବପୁରୁଷମାନେ ଉତ୍ତରପ୍ରଦେଶର ବାରାବଙ୍କିର ବାସିନ୍ଦାଥିଲେ।

ଆୟତୋଲ୍ଲା ଅଲି ଖାମେନେଙ୍କ ଜେଜେବାପା ସେୟେଦ ଅହମ୍ମଦ ମୋସାଭି ହିନ୍ଦୀ ୧୭୯୦ ମସିହାରେ ବାରାବଙ୍କିର ସିରୋଲିଗାସପୁର ତହସିଲର କିଣ୍ଟୁରରେ ଜନ୍ମଗ୍ରହଣ କରିଥିଲେ। ପରେ ସେ ଇରାନର ଖୋମେନି ଗ୍ରାମରେ ଅବସ୍ଥାନ କରିଥିଲେ।  ଆୟତୋଲ୍ଲା ଅଲି ଖାମେନିଙ୍କ ପିତା ଜଣେ ଧାର୍ମିକ ନେତା ଥିଲେ। ସୟଦ ଅହମ୍ମଦ ମୋସାଭି ତାଙ୍କ ନାମରେ 'ହିନ୍ଦୀ' ଯୋଡିଥିଲେ, ଯାହାଫଳରେ ସେ ତାଙ୍କର ଭାରତୀୟ ଉତ୍ପତ୍ତି କେବେ ବି ଭୁଲି ପାରିବେ ନାହିଁ।

ପ୍ରାୟ ୪୦ ବର୍ଷ ବୟସରେ ସେ ୧୮୩୦ ମସିହାରେ ଅୱଧ୍ୟର ନବାବଙ୍କ ସହ ଇରାକ ଦେଇ ଇରାନରେ ପହଞ୍ଚିଥିଲେ। ତାଙ୍କ ପୁଅ ରୁହୁଲ୍ଲା ୧୯୦୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ଯିଏ ପରେ 'ଆୟତୋଲ୍ଲା ଅଲି ଖାମେନି' ବା 'ଇମାମ ଖୋମେନି' ଭାବରେ ପରିଚିତ ହୋଇଥିଲେ। ସେ ୧୯୭୯ରେ ଇରାନରେ ଇସଲାମିକ ବିପ୍ଳବର ନେତୃତ୍ୱ ନେଇଥିଲେ ଏବଂ ଦେଶକୁ ଏକ ଇସଲାମିକ ଗଣତନ୍ତ୍ର ଭାବରେ ପ୍ରତିଷ୍ଠା କରିଥିଲେ।

କିଣ୍ଟୁରର ଗ୍ରାମବାସୀଙ୍କ ଅନୁସାରେ ଖାମେନି ସାହେବଙ୍କ ଜେଜେବାପା ସୟଦ ଅହମ୍ମଦ ମୋସାଭି ହିନ୍ଦୀ ୧୭୯୦ ମସିହାରେ ଉତ୍ତରପ୍ରଦେଶର କିଣ୍ଟୁରରେ ଜନ୍ମଗ୍ରହଣ କରିଥିଲେ। ଆୟୋତୋଲ୍ଲା ଅଲି ଖୋମେନିଙ୍କ ପରିବାରର ଆଦିଲ କହିଛନ୍ତି ଯେ ୪୦ ବର୍ଷ ବୟସରେ ମୋସାଭି ହିନ୍ଦୀ ଅୱଧ୍ୟର ନବାବଙ୍କ ସହ ୧୮୩୦ ମସିହାରେ ଇରାକ ଦେଇ ଇରାନରେ ପହଞ୍ଚିଥିଲେ। ବ୍ରିଟିଶ ଶାସନରେ ଅସନ୍ତୁଷ୍ଟ ହୋଇ ସେ ଇରାନର ଖୋମେନି ଗ୍ରାମରେ ବସବାସ କଲେ।

 ଆଦିଲ କହିଛନ୍ତି  ଖୋମେନି ସାହେବ ଏକ ବଡ଼ ବିପ୍ଳବ କରିଥିଲେ ଏବଂ ଇସଲାମିକ୍ ରିପବ୍ଲିକ୍ ପ୍ରତିଷ୍ଠା କରିଥିଲେ। ଆମେ  ତାଙ୍କୁ ନେଇ ଗର୍ବିତ ଅନୁଭବ କରୁ। ଇରାନ ଏକ ଶାନ୍ତି ପ୍ରେମୀ ଦେଶ ଏବଂ କ‌େବେ କାହା ଉପରେ ଆକ୍ରମଣ କରିନାହିଁ। ଯେତେବେଳେ ବି ଖୋମେନିଙ୍କ ଇସଲାମିକ ବିପ୍ଳବ ବିଷୟରେ ଆଲୋଚନା କରାଯାଏ, ବାର‌ାବଙ୍କିର ନାମ ମଧ୍ୟ ଗର୍ବର ସହିତ ନିଆଯାଇଥାଏ। ଆୟୋତୋଲ୍ଲା ଅଲି ଖୋମେନି ଏବଂ ତାଙ୍କ ପରିବାରର ମୂଳ ଭାରତ ସହିତ ସଂଯୁକ୍ତ ହୋଇଛି, ଯାହାକି ଏହି ଐତିହାସିକ ସମ୍ପର୍କକୁ ଆଜି ମଧ୍ୟ ଜୀବନ୍ତ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe