Advertisment

ଅଯୋଧ୍ୟାର ରାମ ମନ୍ଦିର ପରିସରରୁ ମିଳିଲା ପ୍ରାଚୀନ ମୂର୍ତ୍ତି

Advertisment
New Project (33)

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ବି ଚାଲିଛି। ଏହି ସମୟରେ ସେଠାରେ ହଜାର ହଜାର ବର୍ଷ ପୁରୁଣା ପ୍ରାଚୀନ ଅବଶେଷ ବାହାରିବା ଘଟଣା ସାମ୍ନାକୁ ଆସୁଛି। ଏହି ଘଟଣାକୁ ନେଇ ପ୍ରତ୍ନତତ୍ତ୍ୱ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।  

କୁବେର ଟିଲା ମାର୍ଗ ନିର୍ମାଣ ସମୟରେ ପ୍ରଚୀନ ମୂର୍ତ୍ତୀ ମିଳିଛି। ଏହି ମୂର୍ତ୍ତିରେ ସିଂହ ଉପରେ ବସିଥିବା ଦେବୀଙ୍କ ପ୍ରତିମା ଥିବା ଦେଖିବାକୁ ମିଳୁଛି।। ତେବେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦ୍ୱାରା କ୍ରମାଗତ ଭାବେ ମିଳୁଥିବା ଅବଶେଷଗୁଡ଼ିକର ସଂରକ୍ଷଣ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ‘ କୋର୍ଟଙ୍କ ନିଷ୍ପତ୍ତି ସହିତ ଜଡିତ ନ୍ୟାୟିକ ପାଣ୍ଡୁଲିପି ହେଉ କିମ୍ବା ଅତୀତ ଏବଂ ବର୍ତ୍ତମାନର ପ୍ରାଚୀନ ସାମଗ୍ରୀ ହେଉ ସବୁଗୁଡ଼ିକୁ ସଂରକ୍ଷଣ ଏବଂ ସୁରକ୍ଷା ଦେବା ହେଉଛି ଆମର କର୍ତ୍ତବ୍ୟ।

ଏଗୁଡ଼ିକ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ଐତିହ୍ୟ। ଅଯୋଧ୍ୟାରେ ଐତିହାସିକ ଜିନିଷଗୁଡ଼ିକର ନିରନ୍ତର ଆବିଷ୍କାର ଯୋଗୁଁ ଏହି ସ୍ଥାନର ବିଶେଷତ୍ୱ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଏକ ଖୁସିର କଥା କହିଲେ କମ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe