ଅଯୋଧ୍ୟା ମାମଲା: ରାୟର ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍‌ କୋର୍ଟରେ ପ୍ରଥମ ରିଭ୍ୟୁ ପିଟିସନ ଆଗତ କଲା ଜମାତ୍‌ ଉଲେମା-ଇ- ହିନ୍ଦ୍‌

Advertisment
ଅଯୋଧ୍ୟା ରାୟ: ସୁପ୍ରିମକୋର୍ଟରେ ଜମିଅତ ଉଲେମା-ଏ-ହିନ୍ଦ୍‌ର ପୁନର୍ବିଚାର ଆବେଦନ

Clipper28

ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରି ମୁସ୍‌ଲିମ୍‌ ସଂଗଠନ ଜମାତ୍‌ ଉଲେମା-ଇ- ହିନ୍ଦ୍‌ ପକ୍ଷରୁ ଏହି ରାୟର ପୁନଃ ସମୀକ୍ଷା କରିବା ପାଇଁ ସୁପ୍ରିମ୍‌ କୋର୍ଟରେ ଆଜି ପ୍ରଥମ ରିଭ୍ୟୁ ପିଟିସନ୍‌ ଆଗତ କରାଯାଇଛି।

ଜମାତ୍‌ ଉଲେମା-ଇ- ହିନ୍ଦ୍‌ର ମୁଖ୍ୟ ମୌଲାନା ଅର୍ଶଦ ମଦାନୀ ଗଣମାଧ୍ୟମକୁ କହିଛନ୍ତି ଯେ ସଂଖ୍ୟାଧିକ ମୁସଲମାନ ବିବାଦୀୟ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରି ରାୟର ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍‌ କୋର୍ଟରେ ରିଭ୍ୟୁ ପିଟିସନ ଆଗତ କରିବାକୁ ଚାହୁଁଥିଲେ। ଏବଂ ଭାରତର ନ୍ୟାୟ ବ୍ୟବସ୍ଥା ଆମକୁ ଏଥିପାଇଁ ଅଧିକାର ଦେଇଛି ବୋଲି କହିଛନ୍ତି ଜମାତ୍‌ ଉଲେମା-ଇ- ହିନ୍ଦ୍‌ର ମୁଖ୍ୟ ମୌଲାନା ଅର୍ଶଦ ମଦାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe