ଦୀପାବଳି ସମୟରେ ଅଯୋଧ୍ୟାର ଏସବୁ ସ୍ଥାନ ଖୁବ ଆକର୍ଷଣର କେନ୍ଦ୍ର ପାଲଟିଥାଏ

Advertisment

ଅଯୋଧ୍ୟାରେ ନାଗେଶ୍ୱର ନାଥ ମନ୍ଦିର (ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିର) ଦୀପାବଳି ଅବସରରେ ଶାନ୍ତି ଏବଂ ଭକ୍ତିର ଏକ ଅଦ୍ଭୁତ ସଙ୍ଗମ ପ୍ରଦର୍ଶନ କରେ। ଯାହାକୁ ଦେଖିବା ପାଇଁ ଲୋକଙ୍କର ଲାଗିଥାଏ ପ୍ରବଳ ଭିଡ଼।

ଅଯୋଧ୍ୟାରେ ନାଗେଶ୍ୱର ନାଥ ମନ୍ଦିର (ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିର) ଦୀପାବଳି ଅବସରରେ ଶାନ୍ତି ଏବଂ ଭକ୍ତିର ଏକ ଅଦ୍ଭୁତ ସଙ୍ଗମ ପ୍ରଦର୍ଶନ କରେ। ଯାହାକୁ ଦେଖିବା ପାଇଁ ଲୋକଙ୍କର ଲାଗିଥାଏ ପ୍ରବଳ ଭିଡ଼।

Untitled-4

ନୂଆଦିଲ୍ଲୀ: ଦେଶରେ ଦୀପାବଳି ପର୍ବକୁ ମହାଆଡମ୍ବରରେ ପାଳନ କରାଯାଉଥିବା ବେଳେ ଅଯୋଧ୍ୟାରେ ଦୀପାବଳି ପର୍ବର ଖୁବ ସ୍ବତନ୍ତ୍ରତା ରହିଛି। ଏଠାରେ ପ୍ରତ୍ୟେକ ରାସ୍ତା, ପ୍ରତ୍ୟେକ ମନ୍ଦିର ଏବଂ ପ୍ରତ୍ୟେକ ଘାଟ ଭଗବାନ ରାମଙ୍କ ପ୍ରତ୍ୟାବର୍ତ୍ତନର କାହାଣୀକୁ ଜୀବିତ କରିଥାଏ। 

ଭଗବାନ ରାମ ୧୪ ବର୍ଷର ବନବାସ ସମାପ୍ତ କରି ଅଯୋଧ୍ୟା ଫେରିବା ସମୟରେ ଲୋକେ ତାଙ୍କୁ ଦୀପ ଜାଳି ସ୍ୱାଗତ କରିଥିଲେ। ଏହି ଦିନକୁ ମନେ ରଖିବା ପାଇଁ ଅଯୋଧ୍ୟାରେ ଦୀପୋତ୍ସବ ପରମ୍ପରା ପାଳନ କରାଯାଏ। ଯାହାକୁ ଦେଖିବା ପାଇଁ ପ୍ରତିବର୍ଷ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥାଏ।

ଅଯୋଧ୍ୟାରେ ଦୀପାବଳି ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଆରମ୍ଭ ହୋଇଯାଇଥାଏ। ଏହି କାର୍ଯ୍ୟକ୍ରମ ଦୀପାବଳି ପରେ ମଧ୍ୟ ଜାରି ରହିଥାଏ। ଅକ୍ଟୋବର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟାରେ ଦୀପଦାନ, ରାମଲୀଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟା ଆରତୀ ଆଦିର କାର୍ଯ୍ୟକ୍ରମ ରହିଛି।

ଦୀପାବଳି ସମୟରେ ଅଯୋଧ୍ୟାର ଏସବୁ ସ୍ଥାନ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥାଏ

ପ୍ରଥମତଃ ଅଯୋଧ୍ୟାରେ ଦୀପାବଳି ସମୟରେ ରାମ ମନ୍ଦିର ଏବଂ ରାମ କି ପେଡ଼ି  ମୁଖ୍ୟ ଆକର୍ଷଣ କେନ୍ଦ୍ର ପାଲଟିଥାଏ। ମନ୍ଦିର ନିକଟରେ ଥିବା ରାମ କି ପେଡ଼ି ଘାଟରେ ଲକ୍ଷ ଲକ୍ଷ ଦୀପ ଆଲୋକରେ ଝଲସୁଥାଏ।

ଦ୍ବିତୀୟରେ ହନୁମାନ ଗଢ଼ି ମନ୍ଦିର। ଏହି ମନ୍ଦିର ଏକ ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ। ଏହି ମନ୍ଦିର ଉପରୁ ଅଯୋଧ୍ୟା ସହରର ଦୃଶ୍ୟ ଖୁବ ସୁନ୍ଦର ଭାବେ ଦେଖା ଯାଇଥାଏ। 

ଅଯୋଧ୍ୟାରେ  ଭଗବାନ ରାମ ଏବଂ ସୀତାଙ୍କୁ ସମର୍ପିତ କରି ଏକ ମନ୍ଦିର ନିର୍ମାଣ କରାଯାଇଛି। ଯାହାର ନାମ ହେଉଛି କନକ ଭବନ । ଏହି ମନ୍ଦିର ଏକ ଶାନ୍ତ ପରିବେଶରେ ନିର୍ମିତ। ଦୀପାବଳି ଅବସରରେ ମନ୍ଦିରକୁ ଖୁବ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥାଏ। ଦୀପାବଳି ରାତିରେ ଏଠାରେ ଭଜନ ଏବଂ ଆରତୀର ଆୟୋଜନ କରାଯାଏ।

ଦୀପାବଳି ସମୟରେ ସରୟୁ ଘାଟ ଏବଂ ନୟା ଘାଟରେ ଭାସମାନ ଦୀପ ଏବଂ ଆରତୀର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ନାଗେଶ୍ୱର ନାଥ ମନ୍ଦିର (ଭଗବାନ ଶିବଙ୍କ ପ୍ରାଚୀନ ମନ୍ଦିର) ଦୀପାବଳି ଅବସରରେ ଶାନ୍ତି ଏବଂ ଭକ୍ତିର ଏକ ଅଦ୍ଭୁତ ସଙ୍ଗମ ପ୍ରଦର୍ଶନ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe