ଅଯୋଧ୍ୟା ବିବାଦ : ସରକାରଙ୍କୁ ଘେରିଲା ନିର୍ମୋହୀ ଆଖଡ଼ା

Advertisment

ମନ୍ଦିର ନିର୍ମାଣ କାମ ଭିଏଚ୍‌ପିକୁ ଦେବାକୁ ଷଡ଼ଯନ୍ତ୍ର

ମନ୍ଦିର ନିର୍ମାଣ କାମ ଭିଏଚ୍‌ପିକୁ ଦେବାକୁ ଷଡ଼ଯନ୍ତ୍ର

ଅଯୋଧ୍ୟା ବିବାଦ : ସରକାରଙ୍କୁ ଘେରିଲା ନିର୍ମୋହୀ ଆଖଡ଼ା

ନୂଆଦିଲ୍ଲୀ : ଅଯୋଧ୍ୟାର ବିବାଦୀୟ ଜମିକୁ ଛାଡ଼ି ଅନ୍ୟ ସମସ୍ତ ଜମି ମୂଳ ମାଲିକଙ୍କୁ ଫେରାଇ ଦେବାପାଇଁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିବାରୁ ଏହାକୁ ନିର୍ମୋହୀ ଆଖଡ଼ା ବିରୋଧ କରିଛି। ନିର୍ମୋହୀ ଆଖଡ଼ା ଆଜି ବିବୃତି ଜାରି କରି କହିଛି ଯେ ଭିଏଚ୍‌ପି ଏବଂ କେନ୍ଦ୍ର ସରକାର ହାତ ମିଳାଇ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ମନ୍ଦିର ନିର୍ମାଣ କାର୍ଯ୍ୟ ବିଶ୍ବ ହିନ୍ଦୁ ପରିଷଦକୁ ଦେବାପାଇଁ ସରକାର ଏଭଳି ଯୋଜନା କରିଥିବା ମହନ୍ତ ଦୀନେନ୍ଦ୍ର ଦାସ କହିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ସାଂପ୍ରଦାୟିକ ସଦ୍‌ଭାବକୁ ନଷ୍ଟ କରିବ ଏବଂ ମନ୍ଦିର ନିର୍ମାଣ ପାଇଁ ସୃଷ୍ଟି ହୋଇଥିବା ସକରାତ୍ମକ ପରିବେଶକୁ ଏହା ଏକ ଝଟ୍‌କା ଭଳି ହେବ ବୋଲି ସେ କହିଛନ୍ତି। ଗତକାଲି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ କହିଥିଲେ ଯେ ଅଯୋଧ୍ୟାରେ କେବଳ ୦.୩୧୩ ଜମିକୁ ନେଇ ବିବାଦ ଲାଗି ରହିଥିବାରୁ ଅଣ ବିବାଦୀୟ ୬୭.୭ ଏକର ଜମିକୁ ଫେରାଇ ଦିଆଯାଉଛି। ଏହି ଜମିର ମାଲିକାନା ରାମ ଜନ୍ମଭୂମି ନ୍ୟାସ ଏବଂ ନିର୍ମୋହୀ ଆଖଡ଼ା ପାଖରେ ରହିଛି। ଭିଏଚ୍‌ପି ସାମ୍ବାଦିକ ସମ୍ମିଳନୀ ଡକାଇ କେନ୍ଦ୍ର ସରକାରଙ୍କ ଜମି ଫେରାଇବା ପାଇଁ ପଦକ୍ଷେପକୁ ସ୍ବାଗତ କରିବା ପରେ ଆଜି ନିର୍ମୋହୀ ଆଖଡ଼ା ଏହାକୁ ବିରୋଧ କରି ମନ୍ଦିର ନିର୍ମାଣ ପାଇଁ ଏହା ଭିଏଚ୍‌ପିର ଏକ ଷଡ଼ଯନ୍ତ୍ର ବୋଲି କହିଛି।

ସରକାର ସୁପ୍ରିମ୍‌ କୋର୍ଟ ରାୟକୁ ଅପେକ୍ଷା କରିବା ପରିବର୍ତ୍ତେ ଅଚାନକ ଜମି ଫେରାଇବା ପାଇଁ କାହିଁକି ଆବେଦନ କଲେ ତାହା ସ୍ପଷ୍ଟ କରିବାକୁ ନିର୍ମୋହୀ ଆଖଡ଼ା ଦାବି କରିବା ସହ କେବଳ ବିବାଦୀୟ ସ୍ଥଳରୁ ହିଁ ନିର୍ମାଣର ମୁଖ୍ୟ ଆଧାର ଆରମ୍ଭ ହେବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe