ଆସନ୍ତାକାଲି ଆସିବ ଅଯୋଧ୍ୟା ମାମଲାର ରାୟ

Advertisment
ଆସନ୍ତାକାଲି ଆସିବ ଅଯୋଧ୍ୟା ମାମଲାର ରାୟ

photo credit: newsclick

ଅଯୋଧ୍ୟା/ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲରେ ଶନିବାର ସୁପ୍ରିମକୋର୍ଟ ରାୟ ଶୁଣାଇବେ। ରାଜଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ଉପରେ ଆସିବାକୁ ଥିବା ବହୁ ପ୍ରତିକ୍ଷିତ ରାୟ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ଗୁରୁବାର ଠାରୁ ପରାମର୍ଶ ଦେଇଛନ୍ତି। ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟକୁ ପରାମର୍ଶ ଦିଆଯାଇଛି।

ଅଧିକାରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ରଖିବାକୁ ପରାମର୍ଶ ଦିଆଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଯୋଧ୍ୟା ମାମଲାର ରାୟ ପୂର୍ବାହ୍ନ ୧୦ଟା ୩୦ରେ ଆସିବ।

ଉତ୍ତର ପ୍ରଦେଶରେ ଅର୍ଦ୍ଧସୈନିକ ବଳର ୪୦୦ ଯବାନ ମୁତୟନ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନିଜର ସମସ୍ତ ମନ୍ତ୍ରୀଙ୍କୁ କହିଥିଲେ ଯେ, ଅଯୋଧ୍ୟା ରାୟ ସଂପର୍କୀତ ଅନାବଶ୍ୟକ ବୟାନ ଦେବାରୁ ବଂଚିତ ରୁହନ୍ତୁ। ଗୃହ ମନ୍ତ୍ରାଳୟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe